ଓଡିଶା

odisha

ETV Bharat / business

କୋରୋନା ସଙ୍କଟ, ଏପ୍ରିଲ-ଜୁନରେ ଘର ବିକ୍ରି 81 ପ୍ରତିଶତ ହ୍ରାସ ଅନୁମାନ - ଏପ୍ରିଲ-ଜୁନରେ ଘର ବିକ୍ରି 81 ପ୍ରତିଶତ ହ୍ରାସ ଅନୁମାନ

କୋରୋନା ସଂକ୍ରମଣ ଓ କଟକଣା ମଧ୍ୟରେ ନିର୍ମାଣ ଗତିବିଧି ସମ୍ପୁର୍ଣ୍ଣ ଠପ ହୋଇପଡିଛି । ଏଥିସହ ଘର ବିକ୍ରି ମଧ୍ୟ ପ୍ରାୟ ବନ୍ଦ ହୋଇଯାଇଥିଲା । ଫଳରେ ଘର ବିକ୍ରି ଏପ୍ରିଲ ଜୁନ ତ୍ରୟମାସରେ 81 ପ୍ରତିଶତ କମିବା ଆଶଙ୍କା ରହିଛି ।

Housing sales drop 81%
Housing sales drop 81%

By

Published : Jun 25, 2020, 7:11 PM IST

ନୂଆଦିଲ୍ଲୀ: କୋଭିଡ-19 ସଙ୍କଟ ଓ ଲକଡାଉନ ଯୋଗୁଁ ଚଳିତ କ୍ୟାଲେଣ୍ଡର ବର୍ଷର ଏପ୍ରି-ଜୁନ ଅବଧି ମଧ୍ୟରେ ଘର ବିକ୍ରି 81 ପ୍ରତିଶତ ହ୍ରାସ ପାଇ 12,740 ୟୁନିଟ ରହିପାରେ । ସମ୍ପତ୍ତି ପରାମର୍ଶଦାତା Anarock ଗୁରୁବାର ଏ ନେଇ ଆନୁମାନିକ ରିପୋର୍ଟ ପ୍ରକାଶ କରିଛି ।

ରିପୋର୍ଟ ମୁତାବକ, 2019 ଏପ୍ରିଲ-ଜୁନ ମଧ୍ୟରେ ଦେଶର 7 ବଡ ସହର ଦିଲ୍ଲୀ ଏନସିଆର, ମୁମ୍ବାଇ, ପୁନେ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ ଓ କୋଲକତାରେ ଘର ବିକ୍ରି 68,600 ୟୁନିଟ ରହିଥିଲା ।

କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ନୂତନ ଗୃହଗୁଡ଼ିକର ଅଫର ମଧ୍ୟ 98 ପ୍ରତିଶତ ହ୍ରାସ ପାଇ 1,390 ୟୁନିଟ୍ ହେବ ବୋଲି ଆଶା କରାଯାଉଛି । ଗତ ବର୍ଷ ସମାନ ଅବଧିରେ 69,000 ନୂତନ ଘର ବିକ୍ରୟ ପାଇଁ ଉପଲବ୍ଧ କରାଯାଇଥିଲା ।

Anarockର ଚେୟାରମ୍ୟାନ ଅନୁଜ ପୁରୀ କହିଛନ୍ତି କି, ‘‘ ଏହି ତ୍ରୟମାସରେ ଅଧିକାଂଶ ସମୟ ଲକଡାଉନ ଯୋଗୁଁ ଘର ବିକ୍ରି ଓ ନୂଆ ନିର୍ମାଣରେ ଭାରୀ ହ୍ରାସ ଅନୁମାନ ପୂର୍ବରୁ ହିଁ ରହିଛି ।

କୋରୋନା ଭାଇରସ ପ୍ରତିହିତ ପାଇଁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି କରାଯାଇଥିଲା । ଏଥିମଧ୍ୟରେ ନିର୍ମାଣ ଗତିବିଧି ସମ୍ପୁର୍ଣ୍ଣ ଠପ ହୋଇପଡିଛି । ଏଥିସହ ଘର ବିକ୍ରି ମଧ୍ୟ ପ୍ରାୟ ବନ୍ଦ ହୋଇଯାଇଥିଲା । ତେବେ ପୁରୂୀ କହିଛନ୍ତି କି, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଠିକାଦାର ବର୍ତ୍ତମାନ ସେମାନଙ୍କର ଡିଜିଟାଲ ବିକ୍ରୟ କ୍ଷମତା ବୃଦ୍ଧି କରୁଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ, 2020 ଏପ୍ରିଲ୍-ଜୁନ ମଧ୍ୟରେ ଦିଲ୍ଲୀ-ଏନସିଆରରେ ଘର ବିକ୍ରି 83 ପ୍ରତିଶତ ହ୍ରାସ ପାଇ 2,100 ୟୁନିଟ୍ ହେବ ବୋଲି ଆକଳନ କରାଯାଇଛି। ଯାହାକି ଗତ ବର୍ଷ ସମାନ ଅବଧିରେ ଏହି ସଂଖ୍ୟା 12,640 ୟୁନିଟ୍ ଥିଲା। ସେହିଭଳି ମୁମ୍ବାଇ ମହାନଗର ନିଗମରେ ଘର ବିକ୍ରି 83 ପ୍ରତିଶତ ହ୍ରାସ ପାଇ 21,360 ରୁ 3,620 ୟୁନିଟ ରହିବ ବୋଲି ଅନୁମା କରାଯାଉଛି।

ABOUT THE AUTHOR

...view details