ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ କଟକଣା ଯୋଗୁଁ ଦେଶର ପ୍ରମୁଖ 7 ସହରରେ ଘର ବିକ୍ରି ଉପରେ ଖରାପ ପ୍ରଭାବ ପଡିଛି । 2019ର ପ୍ରଥମ ଛମାସ ତୁଳନାରେ 2020ର ପ୍ରଥମ 6 ମାସରେ ଘର ବିକ୍ରିରେ 49 ପ୍ରତିଶତ ହ୍ରାସ ହୋଇଛି । ପ୍ରପର୍ଟି କନ୍ସଲେଣ୍ଟସ Anarock ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।
ରିପୋର୍ଟ ମୁତାବକ, 2020ରେ ଜାନୁଆରୀରୁ ଜୁନ ମଧ୍ୟରେ 57,940 ୟୁନିଟ ଘର ବିକ୍ରି ହୋଇଛି । ଦେଶର ପ୍ରମୁଖ 7 ସହରରେ ଘର ବିକ୍ରି କ୍ଷେତ୍ରରେ 46ରୁ 51 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଛି ।