ନୂଆଦିଲ୍ଲୀ: ହୋଣ୍ଡା ଗାଡି ଅଛି କି, ତେବେ ଆପଣଙ୍କ ପାଇଁ ରହିଛି ଆଶ୍ବସ୍ତିକର ଖବର । କୋଭିଡ -19 ମହାମାରୀର ଦ୍ବିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଡିଲରସିପରେ ୱାରେଣ୍ଟି ଏବଂ ମାଗଣା ସେବା ଅବଧି ଜୁଲାଇ 31 ପର୍ଯ୍ୟନ୍ତ ବୃଦ୍ଧି କରଯାଇଇଛି । ସୋମବାର ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ସୂଚନା ଦେଇଛି ।
କୋଭିଡ କଟକଣା: ୱାରେଣ୍ଟି ଓ ମାଗଣା ସେବା ଅବଧି ବଢାଇଲା ହୋଣ୍ଡା - ୱାରେଣ୍ଟି ଓ ମାଗଣା ସେବା ଅବଧି ବଢାଇଲା ହୋଣ୍ଡା
ହୋଣ୍ଡା ଗ୍ରାହକଙ୍କ ପାଇଁ ଖୁସି ଖବର । ଜୁଲାଇ 31 ଯାଏଁ ବଢିଲା ଗାଡିର ୱାରେଣ୍ଟି ଓ ମାଗଣା ସେବା ଅବଧି । ଅଧିକ ପଢନ୍ତୁ..
କୋଭିଡ କଟକଣା: ୱାରେଣ୍ଟି ଓ ମାଗଣା ସେବା ଅବଧି ବଢାଇଲା ହୋଣ୍ଡା
HMSI ଏକ ବିବୃତ୍ତିରେ କହିଛି କି , ୱାରେଣ୍ଟି ଓ ମାଗଣା ସେବା ଅବଧି ବୃଦ୍ଧି ସେହି ଗ୍ରାହକଙ୍କ ପାଇଁ ଲାଗୁ ହେବ , ଯେଉଁମାନଙ୍କ ଗାଡିର ମାଗଣା ସେବା ଓ ୱାରେଣ୍ଟି 2021 ଏପ୍ରିଲ 31 ମଧ୍ୟରେ ଶେଷ ହେଉଥିବ । ଅନେକ ରାଜ୍ୟରେ ଯାତାୟତ ଉପରେ ପ୍ରତିବନ୍ଧକ ଜାରି ଥିବାରୁ ଗ୍ରାହକଙ୍କୁ ରିଲିଫ ଦେବା ପାଇଁ କମ୍ପାନୀ ନେଇଛି ଏଭଳି ନିଷ୍ପତ୍ତି ।
କମ୍ପାନୀ ଗ୍ରାହକଙ୍କୁ ବିଶ୍ବାସ ଦେଇଛି କି 2021 ଜୁଲାଇ 31 ଯାଏଁ ନିଜ ସୁବିଧା ଅନୁସାରେ ଏହି ସବୁ ସୁବିଧାର ଲାଭ ଉଠାଇପାରିବେ ।