ଓଡିଶା

odisha

ETV Bharat / business

ଏପ୍ରିଲ-ଜୁନରେ ବଢିଛି ନିଯୁକ୍ତି ଆବେଦନ: ରିପୋର୍ଟ

ଚାକିରୀ ପାଇଁ ଆବେଦନ 6 ମାସ ପୂର୍ବ ତୁଳନାରେ ଦ୍ୱିଗୁଣିତ ହୋଇଛି, ପ୍ରତି ଚାକିରୀ ପିଛା ହାରାହାରି ଆବେଦନ ଜାନୁଆରୀରେ ପ୍ରାୟ 90 ରୁ ଜୁନରେ 180 କୁ ବୃଦ୍ଧି ପାଇଛି। ଅଧିକ ପଢନ୍ତୁ..

ଏପ୍ରିଲ-ଜୁନରେ ବଢିଛି ଅଧିକ ନିଯୁକ୍ତି ଆବେଦନ : ରିପୋର୍ଟ
ଏପ୍ରିଲ-ଜୁନରେ ବଢିଛି ଅଧିକ ନିଯୁକ୍ତି ଆବେଦନ : ରିପୋର୍ଟ

By

Published : Aug 18, 2020, 1:13 PM IST

ନୂଆଦିଲ୍ଲୀ: କୋଭିଡ-19 ସଙ୍କଟ ଓ କଟକଣା ଯୋଗୁଁ ଅର୍ଥବ୍ୟବସ୍ଥାର ଗତିବିଧି ଧିମେଇ ଯାଇଛି । ଫଳରେ ବେକାରୀ ବଢିବା ସହ ନିଯୁକ୍ତି ହାର ହ୍ରାସ ପାଇଛି । ହେଲେ ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତରେ ନିଯୁକ୍ତି 35 ପ୍ରତିଶତ ବୃଦ୍ଧି ପାଇଛି ବୋଲି ପ୍ରଫେସନାଲ ନେଟୱାର୍କିଂ ପ୍ଲାଟଫର୍ମ ଲିଙ୍କଡିନ ସୋମବାର ଏକ ରିପୋର୍ଟରେ କହିଛି ।

ଜୁନ ଶେଷ ସୁଦ୍ଧା ନିଯୁକ୍ତି ଭାବନା ବର୍ଷାନୁକ୍ରମିକ ଭାବେ ମାଇନର 15 ପ୍ରତିଶତରେ ରହିଥିଲା । ଲେବର ମାର୍କେଟ ଅପଡେଟକୁ ଦେଖିବାକୁ ଗଲେ ଏହି ହ୍ରାସ ଦେଖାଦେଇଛି । ଲିଙ୍କଡିନର ଇକୋନୋମିକ ଗ୍ରାଫ ଉପରେ ଆଧାରିତ ନିଯୁକ୍ତି ଟ୍ରେଣ୍ଡସ ଓ ଇନସାଇଟସ ସୂଚନା ଉପରେ ଏକ ମାସିକ ଅପଡେଟ । ଯାହାକି ଭାରତୀୟ ଅର୍ଥନୀତିର ଏକ ଡିଜିଟାଲ୍ ପ୍ରତିନିଧିତ୍ୱ କରୁଛି ।

ଭାରତରେ, ନିଯୁକ୍ତି ହ୍ରାସ ସୂଚକାଙ୍କ ଧୀରେ ଧୀରେ ସୁସ୍ଥ ହେବା ଆରମ୍ଭ କରିବା ପୂର୍ବରୁ ଏପ୍ରିଲରେ ବର୍ଷାନୁକ୍ରମିକ ଭାବେ ପୁଣି ମାଇନସ୍ 50 ପ୍ରତିଶତରୁ କମ୍ ସ୍ତରରେ ପହଞ୍ଚିଥିଲା । ପୁଣି ସଂକ୍ରମଣ ବଢିବା ଆଶଙ୍କା କରି କେତେକ ରାଜ୍ୟ କଟକଣା ସହ ଲକଡାଉନ ପର୍ନବାର ଲାଗୁ କରିଥିଲେ । ଫଳରେ ଏହି ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହରେ ପୁନରୁଦ୍ଧାର ପ୍ରାୟ ଫ୍ଲାଟ ରହିବ ବୋଲି ଲିଙ୍କଡିନ କହିଛି।

ଅନୁସନ୍ଧାନରୁ ଜଣାପଡିଛି ଯେ, ଚାକିରୀ ପାଇଁ ପ୍ରତିଯୋଗିତା 6 ମାସ ପୂର୍ବ ତୁଳନାରେ ଦ୍ୱିଗୁଣିତ ହୋଇଛି, ଲିଙ୍କଡିନରେ ପୋଷ୍ଟ ହୋଇଥିବା ପ୍ରତି ଚାକିରୀ ପିଛା ହାରାହାରି ଆବେଦନ ଜାନୁଆରୀରେ ପ୍ରାୟ 90 ରୁ ଜୁନରେ 180 କୁ ବୃଦ୍ଧି ପାଇଛି। ପ୍ରି-କୋଭିଡ୍ ସମୟ ତୁଳନାରେ, ଚାକିରୀ ଖୋଜୁଥିବା ବ୍ୟକ୍ତି ଯେଉଁମାନେ ବର୍ତ୍ତମାନ ପ୍ରଭାବିତ ସେକ୍ଟରରେ ଅଛନ୍ତି - ଯେପରିକି ମନୋରଞ୍ଜନ ଏବଂ ଭ୍ରମଣ , ସେମାନେ ଏବେ ଅନ୍ୟ ସେକ୍ଟରରେ ଚିକିରୀ ଖୋଜିବା ସମ୍ଭାବନା 6.8 ଗୁଣା ଅଧିକ ରହିଛି ।

ABOUT THE AUTHOR

...view details