ମୁମ୍ବାଇ: ଜୁନ ମାସରେ ରୋଜଗାର ଗତିବିଧି ବାର୍ଷିକ ଆଧାରରେ ହ୍ରାସ ହୋଇଥିଲା ବେଳେ ମେ ମାସ ତୁଳନାରେ ଏଥିରେ 33 ପ୍ରତିଶତ ବୃଦ୍ଧି ହୋଇଛି । Naukri.com ର ମାସିକ ନିଯୁକ୍ତି ସୂଚକାଙ୍କରେ ଏହି ସୂଚନା ପ୍ରକାଶ ପାଇଛି
ରୋଜଗାର ସମ୍ବନ୍ଧରେ ଅନଲାଇନ ସୂଚନା ପ୍ରଦାନ କରୁଥିବା କମ୍ପାନୀ Naukri.com ର ଜୁନ ଚାକିରୀ JobSpeak ସୂଚକାଙ୍କ 1208 ପଏଣ୍ଟରେ ରହିଛି । ପୂର୍ବ ମାସ ତୁଳନାରେ ଏହା 33 ପ୍ରତିଶତ ଅଧିକ । କିନ୍ତୁ ବାର୍ଷିକ 44 ପ୍ରତିଶତ ହ୍ରାସ ପାଇଛି।