ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ (2020-21)ର ଅଭିବୃଦ୍ଧି ହାର 6 ପ୍ରତିଶତ ରହିବ । ଗୁରୁବାର ପ୍ରକାଶ ପାଇଥିବା ଆରବିଆଇର ଆର୍ଥିକ ସମୀକ୍ଷା ରିପୋର୍ଟରେ ଏ ନେଇ ଅନୁମାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।
ଷଷ୍ଠ ମୁଦ୍ରାନୀତି ସମୀକ୍ଷା ବୈଠକ: ପଢନ୍ତୁ ହାଇଲାଇଟ୍ସ - ଏମପିସି
ରିଜର୍ଭ ବ୍ୟାଙ୍କ 2019-20 ଆର୍ଥିକ ବର୍ଷର ଷଷ୍ଠ ତଥା ଶେଷ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ (ଏମପିସି) ଗୁରୁବାର ଶେଷ ହୋଇଛି । ଏଥିରେ ରେପୋରେଟ ଦରକୁ ଅପରିବର୍ତ୍ତିତ ରଖାଯାଇଥିବା ବେଳେ ରିଭର୍ସ ରିପୋରେଟ ହାର ମଧ୍ୟ ସ୍ଥିର ରହିଛି । ତେବେ ଜାଣନ୍ତୁ ଏମପିସିର ମୁଖ୍ୟାଂଶ ...
ଷଷ୍ଠ ମୁଦ୍ରାନୀତି ସମୀକ୍ଷା
ରିଜର୍ଭ ବ୍ୟାଙ୍କ 2019-20 ଆର୍ଥିକ ବର୍ଷର ଷଷ୍ଠ ତଥା ଶେଷ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ(ଏମପିସି) ଗୁରୁବାର ଶେଷ ହୋଇଛି । ଏଥିରେ ରେପୋରେଟ ଦରକୁ ଅପରିବର୍ତ୍ତିକ ରଖାଯାଇଥିବା ବେଳେ ରିଭର୍ସ ରିପୋରେଟ ହାର ମଧ୍ୟ ସ୍ଥିର ରହିଛି ।
ତେବେ ଜାଣନ୍ତୁ ଏମପିସିର ମୁଖ୍ୟାଂଶ ---
- ରେପୋରେଟ ଦର 5.15ରେ ଅପରିବର୍ତ୍ତିତ
- 2020-21ରେ ଜିଡିପି 6 ପ୍ରତିଶତ ରହିବା ଆକଳନ
- ପନିପରିବା ଏବଂ ଡାଲି ଦାମ ବୃଦ୍ଧି ଯୋଗୁଁ ବଢିପାରେ ମୁଦ୍ରାସ୍ପୀତି ହାର
- ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଖୁଚୁରା ମୁଦ୍ରାସ୍ପୀତି 6.5 ପ୍ରତିଶତକୁ ବୃଦ୍ଧି ଆକଳନ
- କୋରୋନା ଭାଇରସ ପ୍ରକୋପ ବଢୁଥିବାରୁ ପର୍ଯ୍ୟଟନ ଆଗମନରେ କମିବା ସହ ବିଶ୍ବ ବ୍ୟାପର ପ୍ରଭାବିତ ନେଇ ଆଶଙ୍କା
- ବଜେଟରେ ଆୟକର ସ୍ଲାବ ହ୍ରାସ ଦ୍ବାରା ଘରୋଇ ଚାହିଦା ବୃଦ୍ଧି ନେଇ ଆଶା
- କ୍ଷୁଦ୍ର ସଞ୍ଚୟ ଯୋଜନା ପାଇଁ ସୁଧ ଦର ଉପରେ ଗୁରୁତ୍ବ
- ବ୍ୟାଙ୍କ ଦ୍ବାରା ମଧ୍ୟମ ଉଦ୍ୟୋଗଙ୍କୁ ଦିଆଯାଉଥିବା ଋଣର ସୁଧକୁ ଏପ୍ରିଲ ପହିଲାରୁ ବାହ୍ୟ ଷ୍ଟଡାର୍ଡ ଦର ସହ ଯୋଡିଦିଆଯିବ
- ଜିଏସଟିରେ ପଞ୍ଜିକୃତ ଏମଏସଏମଇର ଋଣ ପୁର୍ନଗଠନର ସମୟସୀମାକୁ 2020 ଡିସେମ୍ବରକୁ ବୃଦ୍ଧି କରାଗଲା । ପୂର୍ବରୁ ଏହା 2020 ମାର୍ଚ୍ଚ ପର୍ଯ୍ୟନ୍ତ ରହିଥିଲା
- ହାଉସିଂ କମ୍ପାନୀଙ୍କ ପାଇଁ ସଂଶୋଧିତ ଦିଶାନିର୍ଦ୍ଦେଶ ଜାରି
- ଆରବିଆଇ ପେମେଣ୍ଟକୁ ଡିଜିଟାଲ କରିବାକୁ 2020 ଜୁଲାଇରୁ ସମୟ ସମୟରେ ଡିଜିଟାଲ ପେମେଣ୍ଟର ସୂଚକାଙ୍କ ଜାରି କରାଯିବ
- ଅଶୋଧିତ ତୈଳ ଦାମରେ ହ୍ରାସ-ବୃଦ୍ଧି ଲାଗି ରହିପାରେ
- 2020 ଫେବୃଆରୀ 4 ପର୍ଯ୍ୟନ୍ତ ବିଦେଶୀ ମୁ୍ଦ୍ରାଭଣ୍ଡାର 471.4 ଅରବ ଡଲାର
- 2019 ଏପ୍ରିଲ-ନଭେମ୍ବର ମଧ୍ୟରେ ଶୁଦ୍ଧ ପ୍ରତ୍ୟକ୍ଷ ବିଦେଶୀ ନିବେଶ 24.4 ଅରବ ଡଲାରକୁ ବୃଦ୍ଧି
- 2019-20 ଫେବୃଆରୀ 4ରେ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ 8.6 ଅରବ ଡଲାର ନିବେଶ କରିଛନ୍ତି ।
- ମୁଦ୍ରାନୀତି ସମିତିର ଆସନ୍ତା ବୈଠକ ମାର୍ଚ୍ଚ 31 ମାର୍ଚ୍ଚରୁ ହେବ