ନୂଆଦିଲ୍ଲୀ: ଖୁସିରେ ମସଗୁଲ ଗହଣା ପ୍ରେମୀ । ଦୀର୍ଘ 3 ବର୍ଷ ପରେ ସୁନାରେ ମିଳିଛି ବଡ ଡିସକାଉଣ୍ଟ । ଏଥିପାଇଁ ନିଜ ମନପନ୍ଦର ସୁନାକୁ ଶସ୍ତାରେ ପାଇ ଗ୍ରାହକ ବି ଖୁସ । ଏପଟେ ବିକ୍ରି ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରି ଦୋକାନୀ ବି ଆଶାବାଦୀ ।
ବଜେଟ ପରେ ବହୁମୁଲ୍ୟ ଧାତୁରେ ଉତ୍ପାଦନ ଶୁଳ୍କ ବୃଦ୍ଧି ଘୋଷଣା ପରେ ମଉଳିଯାଇଥିଲା ଗହଣାପ୍ରେମୀଙ୍କ ଆଶା । ଏପରିକି ଗୁରୁବାର 10 ଗ୍ରାମ ସୁନାର ଦାମ 35,145 ଟଙ୍କାରେ ପହଞ୍ଚିବା ସହ ରେକର୍ଡ ଭାଙ୍ଗିଥିଲା । ଫଳରେ ଘରୋଇ ବଜାରରେ ସୁନାର ଚାହିଦା ଭାରୀ ମାତ୍ରାରେ ହ୍ରାସ ପାଇଥିଲା । ଏହାକୁ ନଜରରେ ରଖି କାରବାରୀମାନେ ସୁନା ଦାମ ଆଉନ୍ସ (28.3495 ଗ୍ରାମ) ପିଛା 30 ଡଲାର ପର୍ଯ୍ୟନ୍ତ ରିହାତି ଦେଇଛନ୍ତି । ଯାହାକି ଗତ 3 ବର୍ଷରେ ସର୍ବାଧିକ ଛାଡ ।