ଓଡିଶା

odisha

ETV Bharat / business

3 ମାସ ଇଏଆଇ ସ୍ଥଗିତ, ଦେବାକୁ ପଡିପାରେ ଅଧିକ ସୁଧ - 3 ମାସ ଇଏଆଇ ସ୍ଥଗତି

ଆରବିଆଇ ଘୋଷଣା କରି 3 ମାସର କିସ୍ତି ଭରିବାରୁ ଗ୍ରାହକଙ୍କୁ ଆଶ୍ବସ୍ତି ଦିଆଯାଇଛି । ହେଲେ ଆପଣ ଜାଣନ୍ତି କି ଏହା ଦ୍ବାରା ଆପଣଙ୍କୁ କେତେ ଲାଭ ଓ କ୍ଷତି ହେବ ?

higher interest if you defer emi payment for three months
3 ମାସ ଇଏଆଇ ସ୍ଥଗତି, ଦେବାକୁ ପଡିପାରେ ଅଧିକ ସୁଧ

By

Published : Mar 28, 2020, 11:01 PM IST

ନୂଆଦିଲ୍ଲୀ: କୋରୋନା ପ୍ରଭାବିତ ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ ଆରବିଆଇ ଗ୍ରାହକଙ୍କୁ ଦେଇଛି ଏମଆଇ ଟେନସନରୁ ମୁକ୍ତି । ଟଙ୍କାର ଅଭାବ ଯେପରି ନ ହେବ ସେଥିପାଇଁ 3 ମାସର କିସ୍ତି ଭରିବାରୁ ଗ୍ରାହକଙ୍କୁ ଆଶ୍ବସ୍ତି ଦିଆଯାଇଛି । ହେଲେ ଆପଣ ଜାଣନ୍ତି କି ଏହା ଦ୍ବାରା ଆପଣଙ୍କୁ କେତେ ଲାଭ ଓ କ୍ଷତି ହେବ ।

ଯଦି ଆପଣ 3 ମାସ ବିଳମ୍ବରେ ଇଏମଆଇ କିସ୍ତି ଭରୁଛନ୍ତି ତେବେ ଆପଣଙ୍କ ବକେୟା ଋଣ ଉପରେ ଅଧିକ ସୁଧ ଦେବାରୁ ହେବ । ବିଶ୍ଲେଷକ ଓ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସରଳ ସୁଧ ଦରର ଗଣନା ବ୍ୟାଙ୍କ ଦ୍ବାରା 3 ମାସର ଅବଧି ପାଇଁ କରାଯିବ। ଯେଉଁଥିରେ ଋଣ ପରିଶୋଧ ଦେୟ ସାମିଲ ଥିଲା । ହେଲେ ସ୍ଥଗିତାଦେଶ ଦ୍ବାରା ଏହା ଆପଣଙ୍କ ମାସିକ ବିଲକୁ ବୃଦ୍ଧି କରିବ । 3 ମାସର ଶେଷ ସୁଦ୍ଦା ଏହାକୁ ଆପଣଙ୍କ ଇଏମଆଇ ସହ ଯୋଡାଯିବ ।

ଏଥିଯୋଗୁଁ , ଯଦି ଆପଣ ଇଏମଆଇ ଦେୟକୁ ଅଟକାଉଛନ୍ତି , ତେବେ ଧରାଯାଉ ଆପଣ 1000 ଟଙ୍କା ଦେବେ, ଆଉ ବ୍ୟାଙ୍କ ବକେୟା ଉପରେ 10 ପ୍ରତିଶତ ହାରରେ ସୁଧ ନେଉଛି । ଆପଣ 3ଟି ଇଏମଆଇ ଉପରେ ଅତିରିକ୍ତ 25 ଟଙ୍କା ଦେବେ । ଯାହାକୁ ଆପଣ ସ୍ଥଗିତ ସମୟରେ ପ୍ରଦାନ କରିନଥିବେ । ଏହି ଅତିରିକ୍ତ ସୁଧ ହୁଏତ ଆପଣଙ୍କର ସମସ୍ତ ଭବିଷ୍ୟତର ଇଏମଆଇ ସହିତ ଯୋଡି ହୋଇପାରେ କିମ୍ବା ଆପଣଙ୍କର ଋଣ ଅବଧିକୁ ସେହି ଇଏଆଇ ସ୍ତରରେ ବଢାଯାଇପାରେ ।

ଏକ ଆର୍ଥିକ କ୍ଷେତ୍ରର ବିଶ୍ଳେଷକ କହିଛନ୍ତି ଯେ, ଗ୍ରାହକମାନଙ୍କୁ କଣ ଗୋଟିଏ ସମୟରେ ଏହି ଅତିରିକ୍ତ ସୁଧ ଦେବାକୁ ପଡ଼ିବ , ନା ଏହି ଅତିରିକ୍ତ EMI ରୂପେ ଆଡଜଷ୍ଟ କରିବାକୁ ଅନୁମତି ଦିଆଯିବ । ଯାହା ବ୍ୟାଙ୍କ ଦ୍ୱାରା ସ୍ପଷ୍ଟ ହେବା ଆବଶ୍ୟକ ।

ABOUT THE AUTHOR

...view details