ଓଡିଶା

odisha

By

Published : Oct 1, 2020, 5:04 PM IST

ETV Bharat / business

ସୁଧୁରିଛି ସ୍ଥିତି, ସାଢେ ଆଠ ବର୍ଷର ସର୍ବୋଚ୍ଚ ସ୍ତରରେ ବିନିର୍ମାଣ ଗତିବିଧି

ଲକଡାଉନ କୋହଳ ସହ ବଢୁଛି ଚାହିଦା । ଫଳରେ ଦେଶରେ ସେପ୍ଟେମ୍ବର ମାସର ବିନିର୍ମାଣ ଗତିବିଧି ସାଢେ 8 ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । କାରବାର ପରିଚାଳନା ଆରମ୍ଭ ହେବା ପରେ ଉତ୍ପାଦନ ସୁଧାର, ନୂଆ ଅର୍ଡର ତଥା ଉପଭୋକ୍ତା ଚାହିଦା ବଢିବା ଦ୍ବାରା ବିନିର୍ମାଣ ଗତିବିଧିରେ ମଧ୍ୟ ସୁଧାର ଦେଖିବାକୁ ମିଳିଛି ।

ସୁଧୁରିଛି ସ୍ଥିତି, ସାଢେ ଆଠ ବର୍ଷର ସର୍ବୋଚ୍ଚ ସ୍ତରରେ ବିନିର୍ମାଣ ଗତିବିଧି
ସୁଧୁରିଛି ସ୍ଥିତି, ସାଢେ ଆଠ ବର୍ଷର ସର୍ବୋଚ୍ଚ ସ୍ତରରେ ବିନିର୍ମାଣ ଗତିବିଧି

ନୂଆଦିଲ୍ଲୀ: ଦେଶରେ ବିନିର୍ମାଣ କ୍ଷେତ୍ରର ଗତିବିଧିରେ ସେପ୍ଟେମ୍ବରରେ ସୁଧାର ଆସିଛି । ଏହାକୁ ମିଶାଇ ଲଗାତାର ଦ୍ବିତୀୟ ମାସ ଧରି ଏହି ସେକ୍ଟରରେ ଅଭିବୃଦ୍ଧି ଦେଖାଦେଇଛି । ଏକ ମାସିକ ସର୍ଭେ ଅନୁସାରେ ନୂଆ ଅର୍ଡର ଓ ଉତ୍ପାଦନରେ ବୃଦ୍ଧି ଯୋଗୁଁ ସେପ୍ଟେମ୍ବରରେ ବିନିର୍ମାଣ ଗତିବିଧି ପ୍ରାୟ ସାଢେ 8 ବର୍ଷର ଉଚ୍ଚ ସ୍ତରରେ ପହଞ୍ଚିଛି ।

ଆଇଏଚଏସ ମାର୍କେଟ ଇଣ୍ଡିଆର ମାନ୍ୟୁଫେକଚରିଂ ପରଚେଜିଂ ମ୍ୟାନେଜର୍ସ ସୂଚକାଙ୍କ (ପିଏମଆଇ) ସେପ୍ଟେମ୍ବରରେ ବୃଦ୍ଧି ପାଇଁ 56.8 ପଏଣ୍ଟ ରହିଛି । ଅଗଷ୍ଟ ମାସରେ ଏହା 52ରେ ଥିଲା । ତେବେ ଜାନୁଆରୀ 2012 ପରେ ସେପ୍ଟେମ୍ବରରେ ଏହି ସେକ୍ଟରର କାର୍ଯ୍ୟକଳାପ ସବୁ ରେକର୍ଡ ଭାଙ୍ଗି ଉପର ସ୍ତରରେ ଅଛି ।

ଅଗଷ୍ଟ ପୂର୍ବରୁ ଲଗାତାର ବିନିର୍ମାଣ ଗତିବିଧିରେ ହ୍ରାସ ଆସିଛି । ଲଗାତାର 32 ମାସ ଯାଏଁ ବୃଦ୍ଧି ପରେ ଏପ୍ରିଲରେ ଏହି ଇଣ୍ଡେକ୍ସ ତଳମୁହାଁ ହୋଇଥିଲା ।

ପ୍ରକାଶ ଯେ, ପିଏମଆଇ ସୂଚକାଙ୍କ 50 ପଏଣ୍ଟରୁ ଉପରକୁ ରହିବା ଅର୍ଥାତ ବୃଦ୍ଧିକୁ ଦର୍ଶାଇଥାଏ । ଯେତେବେଳେ କି ଏହା ଠାରୁ ତଳ ଅର୍ଥାତ ଚାପରେ ବା ସଙ୍କୁଚନକୁ ସୂଚାଇଥାଏ । ଆଇଏଚଏସ ମାର୍କିଟର ଅର୍ଥନୀତିଜ୍ଞ ଆସୋସିଏଟର ନିର୍ଦ୍ଦେଶକ ପୋଲିଅନ୍ନା ଡେ ଲୀମା କହିଛନ୍ତି କି, ‘‘ ଭାରତରେ ବିନିର୍ମାଣ ଗତିବିଧି ଠିକ ଦିଗରେ ବଢୁଛି । ସେପ୍ଟେମ୍ବରରେ ପିଏମଆଇ ତଥ୍ୟରେ ଅନେକ ସକରାତ୍ମକ ଜିନିଷ ଦେଖିବାକୁ ମିଳିଛି । କୋଭିଡ କଟକଣାକୁ କୋହଳ ପରେ କାରଖାନା ସମ୍ପୂର୍ଣ୍ଣ କ୍ଷମତା ସହ କାମ କରୁଛି । ଏଥିସହ ସେମାନଙ୍କୁ ନୂଆ ଅର୍ଡର ମିଳୁଛି ।

ଲୀମା କହିଛନ୍ତି କି, ଲଗାତ ଛଅମାସର ଯାଏଁ ହ୍ରାସ ପରେ ରପ୍ତାନୀରେ ସୁଧାର ଆସିଛି । ତେବେ ସର୍ଭେରେ କୁହାଯାଇଛି କି ଆସନ୍ତା 12 ମାସ ମଧ୍ୟରେ ଲଗାତାର 33 ପ୍ରତିଶତ ବିନିର୍ମାତାଙ୍କୁ ଉତ୍ପାଦନ ବୃଦ୍ଧି ଆଶା ରହିଛି । ସେପଟେ ଆଠ ପ୍ରତିଶତଙ୍କ ମାନିବା ଅନୁସାରେ ଉତ୍ପାଦନରେ ହ୍ରାସ ଆସିବ ।

ABOUT THE AUTHOR

...view details