ଓଡିଶା

odisha

ETV Bharat / business

ଆଇଟି କାମ ପାଇଁ 500 ଜଣଙ୍କୁ ନିଯୁକ୍ତି ଦେବ HDFC - HFDC Bank to hire 500 people

ଆସନ୍ତା 2 ବର୍ଷରେ ଆଇଟି (IT) ଭିତ୍ତିଭୂମି ସଂରଞ୍ଚନାରେ ସୁଧାର ପାଇଁ ସ୍ବତନ୍ତ୍ର ପ୍ରକଳ୍ପ ଅଧିନରେ 500 ଲୋକଙ୍କୁ ନିଯୁକ୍ତି ଦେବ HDFC ବ୍ୟାଙ୍କ । ଅଧିକ ପଢନ୍ତୁ..

HFDC Bank to hire 500 people as part of efforts to improve IT infra
ଆଇଟି କାମ ପାଇଁ 500 ଜଣଙ୍କୁ ନିଯୁକ୍ତି ଦେବ HDFC

By

Published : Jun 23, 2021, 7:57 PM IST

ମୁମ୍ବାଇ: ଘରୋଇ କ୍ଷେତ୍ରର ସବୁଠୁ ବଡ ବ୍ୟାଙ୍କ ଏଚଡିଏଫସି (HDFC) ବ୍ୟାଙ୍କର ବଡ ଘୋଷଣା । ଆସନ୍ତା 2 ବର୍ଷରେ ଆଇଟି (IT) ଭିତ୍ତିଭୂମି ସଂରଞ୍ଚନାରେ ସୁଧାର ପାଇଁ ସ୍ବତନ୍ତ୍ର ପ୍ରକଳ୍ପ ଅଧିନରେ 500 ଲୋକଙ୍କୁ ନିଯୁକ୍ତି ଦେବ କମ୍ପାନୀ ।

ବ୍ୟାଙ୍କ ଏକ ବିବୃତ୍ତିରେ କହିଛି କି, ଏହା ଭବିଷ୍ୟରେ ନୂଆ ଡିଜିଟାଲ ଉତ୍ପାଦ (new digital products) ଓ ସେବାକୁ ଆଣିବା ଓ ନିଜର ଆଇଟି ଭିତ୍ତିଭୂମିକୁ ପ୍ରସାରିତ କରିବା ପାଇଁ ‘ଡିଜିଟାଲ ୟୁନିଟ’ ଓ ଏକ ‘ଉଦ୍ୟୋଗ ୟୁନିଟ ସ୍ଥାପନ କରୁଛି ।

ଏହି ୟୁନିଟ ବ୍ୟାଙ୍କକୁ ଚଳାଇବା ଓ ସମୟ ଅନୁସାରେ ସେଥିରେ ପରିବର୍ତ୍ତନ ଆଣିବାକୁ ନେଇ ପ୍ରଯୁକ୍ତିବିଦ୍ୟାର ରୁପାନ୍ତରରଣର ଅଂଶ ଅଟେ । ବ୍ୟାଙ୍କ କହିଛି କି ଏହା ଆସନ୍ତା 2 ବର୍ଷରେ ବିଭିନ୍ନ ଟେକ୍ନୋଲୋଜି କ୍ଷେତ୍ରରେ ଅନୁଭବ ରଖୁଥିବା 500 କୁଶଳୀଙ୍କୁ ନିଯୁକ୍ତି ଦେବ । ଏଥିରେ ସଂଖ୍ୟା ବିଶ୍ଲେଷକ, କୃତ୍ରିମ ମେଧା, ମେସିନ ଲର୍ଣ୍ଣିଂ , ଡିଜାଇନ , କ୍ଲାଉଡ ଆଦି କ୍ଷେତ୍ର ସାମିଲ ଅଛି ।

ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ମାର୍ଚ୍ଚ ସ୍ଥିତି ଅନୁସାରେ 1.2 ଲକ୍ଷ ଅଛି ।

ABOUT THE AUTHOR

...view details