ନୂଆଦିଲ୍ଲୀ: କୋଭିଡ-19 ଯୋଗୁଁ ଭାରତରେ ଘରୋଇ ସ୍ବାସ୍ଥ୍ୟ ସେବା ସେକ୍ଟର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶରେ ସ୍ବାସ୍ଥ୍ୟ ସୁବିଧାର ହାରାହାରୀ ରାଜସ୍ବ ପାଖାପାଖି 80 ପ୍ରତିଶତ ହ୍ରାସ ପାଇଛି । ଶୁକ୍ରବାର ଏକ ନୂଆ ସର୍ବେକ୍ଷଣରେ ଏ ନେଇ ପ୍ରକାଶ ପାଇଛି ।
କୋରୋନା ଭାଇରସ ପ୍ରକୋପ ରୋକିବାକୁ ମାର୍ଚ୍ଚ 24ରୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏହାର ପ୍ରଭାବ ଭାରତୀୟ ହସ୍ପିଟାଲ ଉପରେ ଦେଖିବାକୁ ମିଳିଛି । ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ଆକାରର ହସ୍ପିଟାଲ ଏଥିଯୋଗୁଁ ଆର୍ଥିକ ସଙ୍କଟରେ ଜୁଝୁଛନ୍ତି । ଯାହାକି ଏବେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।