ଓଡିଶା

odisha

ଦୀପକ କୋଚ୍ଚରଙ୍କ ଯାଚିକା ଖାରଜ କଲେ ହାଇକୋର୍ଟ

By

Published : Sep 18, 2020, 1:24 PM IST

ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ ମାମଲାରେ ଗିରଫ ହୋଇଥିବା ଦୀପକ କୋଚ୍ଚରଙ୍କ ଯାଚିକାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ବର୍ତ୍ତମାନ କୋଚ୍ଚର ମୁମ୍ବାଇର ଏକ ବିଶେଷ ପିଏମଏଲଏ ଅଦାଲତର ନ୍ୟାୟିକ ହେପାଜତରେ ରହିଛନ୍ତି । ଅଧିକ ପଢନ୍ତୁ..

HC declines to entertain Deepak Kochhar plea to be shifted to pvt hospital
HC declines to entertain Deepak Kochhar plea to be shifted to pvt hospital

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ ବିରେନ୍ଦ୍ର କୋଚ୍ଚରଙ୍କ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ ଯାଚିକାକୁ ଖାରଜ କଲେ ଦିଲ୍ଲୀ ଉଚ୍ଚ ନ୍ଯାୟଳୟ । ଦୀପକ କୋଚ୍ଚର କୋରୋନା ପଜେଟିଭି ଚିହ୍ନଟ ପରେ ସେ ଏବେ ହରିୟାଣାର ଏନସିଆଇରେ ଭର୍ତ୍ତି ଅଛନ୍ତି ।

ତେବେ ତାଙ୍କର ଅନ୍ୟାନ ରୋଗ ରହିଥିବାକୁ ଚିକିତ୍ସା ପାଇଁ ତାଙ୍କୁ ଗୁରୁଗ୍ରାମ ସ୍ଥିତ କୌଣସି ଘରୋଇ ହସ୍ପିଟାଲରେ ବ୍ୟକ୍ତିଗତ ଖର୍ଚ୍ଚ ସହ ତାଙ୍କୁ ସ୍ଥାନାନ୍ତରଣ ନେଇ କୋର୍ଟରେ ଅନୁରୋଧ କରାଯାଇଥିଲା । ହେଲେ ଏହି ମାମଲାରେ ଜଷ୍ଟିସ ଏ ଜେ ଭମ୍ବାନୀ ବିରାର କରିବେ ନାହିଁ ବୋଲି ମନା କରିଦେଇଛନ୍ତି । ବର୍ତ୍ତମାନ କୋଚ୍ଚର ମୁମ୍ବାଇର ଏକ ବିଶେଷ ପିଏମଏଲଏ ଅଦାଲତର ନ୍ୟାୟିକ ହେପାଜତରେ ରହିଛନ୍ତି । ଏଣୁ ଏବେ ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମଏଲଏ) ଅଧିନରେ ଦୀପକ କୋଚ୍ଚରଙ୍କୁ ଇଡି ଗିରଫ କରିଥିଲା । ଗତ ବର୍ଷ ଚନ୍ଦା ଓ ଦୀପକ ଏବଂ ଭିଡିଓକନ ଗ୍ରୁପର ପ୍ରମୁଖ ବେଣୁଗୋପାଳ ଧୂତଙ୍କ ନାଁରେ ଇଡି ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ କରିଥିଲା । ତେବେ ନୂଆ ପ୍ରମାଣପତ୍ରକୁ ଭିତ୍ତି କରି ଇଡି ପକ୍ଷରୁ ଜେରା କରାଯାଇ ଦୀପକଙ୍କୁ ଗିରଫ କରାଯାଇଛି । ସେପ୍ଟେମ୍ବର 19 ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ତାଙ୍କୁ କୋର୍ଟ ପଠାଇଥିଲାବେଳେ ଏବେ ସେ କୋରୋନା ଆକ୍ରାନ୍ତ ଅଛନ୍ତି ।

ABOUT THE AUTHOR

...view details