ଓଡିଶା

odisha

ETV Bharat / business

ଚୀନ କମ୍ପାନୀଙ୍କ ସହ 780 କୋଟି ଟଙ୍କାର ଚୁକ୍ତି ରଦ୍ଦ କଲା ହରିୟାଣା - ହରିଆନାରେ ଚୀନ କମ୍ପାନୀ

ଦୁଇଟି ତାପଜ ବିଦ୍ୟୁତ କେନ୍ଦ୍ରରେ 780 କୋଟି ଟଙ୍କା ବ୍ୟୟରେ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ସ୍ଥାପନ ପାଇଁ ଚୀନ କମ୍ପାନୀଙ୍କ ସହି ହୋଇଥିବା ଚୁକ୍ତିନାମାକୁ ବାତିଲ କରିଛନ୍ତି ହରିୟାଣା ସରକାର । ସୀମା ବିବାଦକୁ ନଜରରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ..

Haryana cancels tender after Chinese firms submitted bids
ହରିଆନା

By

Published : Jun 22, 2020, 2:23 PM IST

ଚଣ୍ଡିଗଡ: ବଢୁଥିବା ଭାରତ ଓ ଚୀନ ବିବାଦ ମଧ୍ୟରେ ଚାଇନା କମ୍ପାନୀକୁ ଲାଗିଛି ଶକ୍ତ ଝଟକା । ହରିୟାଣା ସରକାର ନିଜର ଦୁଇଟି ତାପଜ ବିଦ୍ୟୁତ କେନ୍ଦ୍ରରେ 780 କୋଟି ଟଙ୍କା ବ୍ୟୟରେ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ସ୍ଥାପନ ପାଇଁ ଚୀନ କମ୍ପାନୀଙ୍କ ସହି ହୋଇଥିବା ଚୁକ୍ତିନାମାକୁ ବାତିଲ କରିଛନ୍ତି । ସୀମା ବିବାଦକୁ ନଜରରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ହରିୟାଣା ବିଦ୍ୟୁତ ଉତ୍ପାଦନ ନିଗମ ଲିମିଟେଡ (HPGCL) ଯମୁନାନଗର ଓ ହିସାର ସହରରେ ରହିଥିବା ପ୍ଲାଣ୍ଟରେ ଉପକରଣ ସ୍ଥାପନ ପାଇଁ ବିଶ୍ବ ଟେଣ୍ଡରିଂ ଜରିଆରେ ଏହି କଣ୍ଟ୍ରାକ୍ଟ ଦିଆଯାଇଥିଲା ।

ବେଜିଂ ଏସପିସି ଏନଭରମେଣ୍ଟ ପ୍ରୋଟେକ୍ସନ ଟେକକୁ ଯମୁନାନଗର ସ୍ଥିତ ଦିନବନ୍ଧୁ ଛୋଟୁ ରାମ ତାପଜ ବିଦ୍ୟୁତ କେନ୍ଦ୍ର ଦିଆଯାଇଥିଲ ଏବଂ ସାଂଘାଇ ଇଲେକ୍ଟ୍ରିକ କର୍ପୋରେସନକୁ ହିସାର ସ୍ଥିତ ରାଜୀବଗାନ୍ଧୀ ତାପଜ ବିଦ୍ୟୁତ କେନ୍ଦ୍ର ଟେଣ୍ଡର ଦିଆଯାଇଥିଲା । ତେବେ ଏହି ଟେଣ୍ଡର ଦେବା ସମୟରେ NTP ଠାରୁ ପରାମର୍ଶ ନିଆଯାଇଥିଲା ।

ତେବେ ଚୀନ କମ୍ପାନୀଙ୍କ ସହ ଟେଣ୍ଡର ରଦ୍ଦ ପରେ ଏବେ ପୁଣି ନୂଆ କରି ଟେଣ୍ଡର ନିଲାମୀ ହେବ । ହେଲ ଏଥର କେବଳ ଭାରତରେ ପଞ୍ଜିକୃତ କମ୍ପାନୀ ଏଥିରେ ସାମିଲ ହେବ ।

ABOUT THE AUTHOR

...view details