ଓଡିଶା

odisha

ETV Bharat / business

ଚୀନ ନିବେଶର ହବ୍ ପାଲଟିଛି ଗୁଜୁରାଟ : କଂଗ୍ରେସ - Congress hits out at PM

ଭାରତ ଓ ଚୀନ ବିବାଦକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଥିବା ବେଳେ ଗୁଜୁରାଟ ଚୀନ ନିବେଶର ହବ ପାଲଟିଛି । ଏଥିମଧ୍ୟରେ କିଭଳି କାରବାର କରାଯିବ ସେ ନେଇ ପିଏମଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ..

ଚୀନ ନିବେଶର ହବ ପାଲଟିଛି ଗୁଜୁରାଟ :  କଂଗ୍ରେସ
ଚୀନ ନିବେଶର ହବ ପାଲଟିଛି ଗୁଜୁରାଟ : କଂଗ୍ରେସ

By

Published : Jul 7, 2020, 12:17 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ଗୁଜୁରାଟ ଚୀନ ନିବେଶର ହବ୍‌ ପାଲଟିଛି । କଂଗ୍ରେସ ଏ ନେଇ ପିଏମଙ୍କୁ ଟାର୍ଗେଟ କରି କହିଛି । ତେବେ ଚୀନ ସୈନିକ ଦ୍ବାର 20 ଭାରତୀୟ ଯବାନ ସହିଦ ହେବା ପରେ ଚୀନ ସହ ଆଉ ପୂର୍ବ ଭଳି ବ୍ୟାପର କରାଯିବ ନାହିଁ ବୋଲି କଂଗ୍ରେସ ଦାବି କରିଛି ।

କଂଗ୍ରେସ ମୁଖପାତ୍ର ପବନ ଖେଡା କହିଛନ୍ତି କି, ଗୁଜୁରାଟ ଗତ 5 ବର୍ଷରେ 43,000 କୋଟି ଟଙ୍କାର ନିବେଶ ସହ 3 ଏମଓୟୁରେ ହସ୍ତାକ୍ଷର କରିଛି । ଯେଉଁଥିରେ ଚୀନର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଏକ ଇଣ୍ଡଷ୍ଟ୍ରିଆଲ ପାର୍କ ମଧ୍ୟ ସାମିଲ ରହିଛି ।

ସେ ଦାବି କରିଛନ୍ତି କି , ଗତ 20 ଦିନରେ କାରବାର ବନ୍ଦ ହୋଇନାହିଁ । ଏବଂ 2 ଦେଶରେ ମାଲପରିହନ ଉଡାଣ ଜାରି ରହିଛି ।

ଡିଜିଟାଲ ପ୍ରେସ କନଫରେନ୍ସରେ ଖେଡା କହିଛନ୍ତି କି, ‘‘ ଯେଉଁମାନେ ଆମର ଅଞ୍ଚଳକୁ ଅତିକ୍ରମ କରୁଛନ୍ତି , ଆଉ ତାକୁ ବଞ୍ଚାଇବା ପାଇଁ ଆମ ଯବାନ ଜୀବନ ଦେଇଛନ୍ତି । ସେମାନଙ୍କ ସହ କୌଣସି ବ୍ୟାପର କରାଯାଇପାରିବ ନାହିଁ । ଏଭଳି ବହୁ ପ୍ରଶ୍ନ ରହିଛି ଯାହାର ଜବାବ ଓ ପ୍ରତିକ୍ରିୟା ପ୍ରଧାନମନ୍ତ୍ରୀଙ୍କୁ ଦେବାକୁ ପଡିବ ।

ABOUT THE AUTHOR

...view details