ହାଇଦ୍ରବାଦ: ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁକୁ ଆଜି 3 ବର୍ଷ ପୂରିଛି । ଦେଶର ଟିକସ ଇତିହାସରେ ସବୁଠାରୁ ବଡ଼ ସଂସ୍କାର ସହ 2017 ଜୁଲାଇ ପହିଲାରେ ଜିଏସଟି ବ୍ୟବସ୍ଥାର ପ୍ରଚଳନ କରାଯାଇଥିଲା ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କର 16 ପ୍ରକାର ଟିକସକୁ ଉଚ୍ଛେଦ କରାଯାଇ ତା ବଦଳରେ ଗୋଟିଏ ପ୍ରକାର ଟିକସ 'ଜିଏସଟି' ଲାଗୁ କରାଯାଇଥିଲା । ଆଉ ଏହାର ନାରା ଥିଲା ‘ ୱାନ ଟ୍ୟାକ୍ସ ୱାନ ନେସନ । ଅର୍ଥାତ ଗୋଟିଏ ଦେଶ ଆଉ ଗୋଟିଏ ଟିକସ । ଟିକସ ବ୍ୟବସ୍ଥା ସହ ଅର୍ଥନୈତିକ ସଂସ୍କାର ଦିଗରେ ଏକ ବଡ ପଦକ୍ଷେପ ଥିଲା ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦିଓ ଜିଏସଟି ଦେଶର ରାଜ୍ୟରେ ସାମଗ୍ରୀ ପ୍ରବାହକେ ସୁଧାର ଆଣିଛି ଆଉ ଟିକସ ଆଧାରକୁ ବିସ୍ତାର କରିଛି । ହେଲେ ଏବେ ବି ଏକକ କର ବ୍ୟବସ୍ଥାର ରୂପ ନେଇପାରିନାହିଁ ।
ତେଲେଙ୍ଗାନା ଜିଏସଟି ଅଭିଯୋଜନ ସମାଧାନ ସମିତିର ସଦସ୍ୟ ତଥା ଜିଏସଟି ବିଶେଷଜ୍ଞ ସତିଶ ସରାଫ କହିଛନ୍ତି କି, ‘‘ ଜିଏସଟିକୁ ନେଇ ମୋର ପ୍ରତିକ୍ରିୟା ମିଶ୍ରିତ ଅଛି । ଭଲ କଥା କି ଆମେ ଟିକସ ଆଧାରକୁ ବଢାଇଛୁ , ବ୍ୟବସ୍ଥାରେ ପାରିଦର୍ଶୀତା ଆସିଛି । ଯେଉଁଥିରେ ରପ୍ତାନୀକାରୀଙ୍କ ପାଇଁ ରିଫଣ୍ଡ ସହଜ ଓ ଗତିଶୀଳ ହୋଇଛି । କିନ୍ତୁ ଅନେକ ସ୍ଲାବ ଏବେ ବି ଚିନ୍ତାର ବିଷୟ ପାଲଟିଛି । ’’
ବର୍ତ୍ତମାନ ଜିଏସଟି ଦର 0.25 ପ୍ରତିଶତ ଓ 28 ପ୍ରତିଶତ ମଧ୍ୟରେ ରହିଛି । ବେଳେବେଳେ ଅତିରିକ୍ତ ସେସ୍ ସହିତ ଅନେକ ଆଇଟମ ମଧ୍ୟ ରିହାତି ବର୍ଗ କିମ୍ବା ଶୂନ ଫିରେ ଆସିଥାଏ । ସରାଫ କହିଛନ୍ତି କି, ସରକାର ଏବେ ଏହି ସବୁ ଦରକୁ 3 ପ୍ରମୁଖ ସ୍ଲାବରେ ମିଶ୍ରିତ ନେଇ ଯୋଜନା କରୁଛନ୍ତି । ଯଦି ଏହା ସମ୍ଭବ ହୋଇଯିବ , ତେବେ ଏହା ଏକ ସୁଦୃଢ ଜିଏସଟି ବ୍ୟବସ୍ଥାରେ ପରିଣତ ହେବ ।
ସରକାରୀ ଥିଙ୍କ-ଟ୍ୟାଙ୍କ ନୀତି ଆୟୋଗର ସଦସ୍ୟ ରମେଶ ଚନ୍ଦ ମଧ୍ୟ ଡିସେମ୍ବରରେ ଜିଏସଟି ବ୍ୟବସ୍ଥା ଅଧୀନରେ କେବଳ ଦୁଇଟି ସ୍ଲାବ ରଖିବାକୁ ମତ ରଖିଥିଲେ । ଏବଂ ଆବଶ୍ୟକ ହେଲେ ଏହି ହାରକୁ କେବଳ ବାର୍ଷିକ ସଂଶୋଧନ କରାଯିବା ଦରକାର ବୋଲି କହିଥିଲେ। ସେ କହିଛନ୍ତି ଯେ ଆମେ ବାରମ୍ବାର ଜିଏସଟି ଦର ପରିବର୍ତ୍ତନ କରିବା ଉଚିତ ନୁହେଁ।
ଅଲଗା ରାଜ୍ୟ , ଅଲଗା ନିୟମ
ଟ୍ୟାକ୍ସ ସ୍ଲାବ ବ୍ୟତୀତ ଜିଏସଟି ବିଭିନ୍ନ ରାଜ୍ୟରେ ପଞ୍ଜୀକରଣ ନିୟମରେ ମଧ୍ୟ କିଛି ମତଭେଦର ସମସ୍ୟା ଦେଖାଇଛି । ରାଷ୍ଟ୍ରକୁ ଏକଜୁଟ କରିବାକୁ ଲକ୍ଷ୍ୟ ରଖିଥିବା ବ୍ୟବସ୍ଥା ପାଇଁ ଏହା ଏକ ସୁସ୍ଥ ସଙ୍କେତ ନୁହେଁ। ନିୟମ ଅନୁଯାୟୀ ସରକାରଙ୍କ ଜିଏସଟି ପୋର୍ଟାଲରେ ପଞ୍ଜୀକରଣ କରିବାକୁ 40 ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ବାର୍ଷିକ ଟର୍ନଓଭର କାରବାରର ଆବଶ୍ୟକ ରହିଥାଏ । ତେବେ ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପୁଡୁଚେରୀ, ସିକିମ, ତେଲେଙ୍ଗାନା, ତ୍ରିପୁରା ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଏହି ସୀମା 20 ଲକ୍ଷ ଟଙ୍କା ଅଟେ।
ପ୍ରକାଶ ଯେ, 20 ଲକ୍ଷ ଟଙ୍କା କିମ୍ବା ତା ଠାରୁ ଅଧିକ ଟନଓଭର କାରବାର ପାଇଁ ଜିଏସଟି ପଞ୍ଜିକରଣ ବାଧ୍ୟତାମୂଳକ । କିନ୍ତୁ ମଣିପୁର, ମିଜୋରାମ , ନାଗାଲାଣ୍ଡ, ତ୍ରିପୁରାରେ ଏହି ସୀମା 10 ଟଙ୍କା ରହିଛି ।
କୋରୋନା ମହାମାରୀ ଯୋଗୁଁ ଅର୍ଥବ୍ୟବସ୍ଥା ଉପରେ ପଡିଥିବା ପ୍ରଭାବ ପରେ କିଛି ଜଟିଳ ପ୍ରଣାଣୀ ମଧ୍ୟ ଦେଖାଦେଇଛି । କରଦାତାଙ୍କୁ ଆଶ୍ବସ୍ତି ଦେବା ପ୍ରଚେଷ୍ଟାରେ ସରକାର ଜିଏସଟି ରିଟର୍ଣ୍ଣ ଦାଖଲ କରିବା ତାରିଖ ବଢାଦେଇଛନ୍ତି । ହେଲେ ଏହା ମଧ୍ୟ ରାଜ୍ୟ ଅନୁଯାୟୀ ଅଲଗା ଅଳଗା ଓ ବ୍ୟାପର ଆତାରରେ ଭିନ୍ନ ହୋଇଥାଏ । ଯାହା ଫଳରେ କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଉଦ୍ୟୋଗ ମଧ୍ୟ ଭ୍ରମ ଓ ଅରାଜକତା ସୃଷ୍ଟି ହେଉଛି ।
ଜିଏସଟି ବିଶେଷଜ୍ଞ ପ୍ରୀତମ ମୁହୁରେ କହିଛନ୍ତି କି, 3 ବର୍ଷ ପରେ ଜିଏସଟିକୁ ୱାନ ନେସନ ୱାନ ଟ୍ୟାକ୍ସ ନ କହି ୱାନ ନେସନ ମେନି ଷ୍ଟେଟ, ୱାନ ଟ୍ୟାକ୍ସ -ମେନି ରେଟ କିମ୍ବା ୱାନ ଟ୍ୟାକ୍ସ ମେନି ଡ୍ୟୁ ଡେଟ କହିବା ଦରକାର ।
ଏହି ଚ୍ୟାଲେଞ୍ଜଗୁଡିକ ବ୍ୟତୀତ, ଏହା ମଧ୍ୟ ମନେ ରଖିବାକୁ ହେବ ଯେ ତିନି ବର୍ଷ ପରେ ମଧ୍ୟ ଦୁଇଟି ପ୍ରମୁଖ ରାଜସ୍ୱ ଉତ୍ସ - ପ୍ରଥମ ପେଟ୍ରୋଲିୟମ ଉତ୍ପାଦ ଏବଂ ଦ୍ୱିତୀୟ ରିଅଲ ଇଷ୍ଟେଟ ଜିଏସଟି ପରିସରରୁ ବାଦ ପଡିଛି । ଶିଳ୍ପ ବୋର୍ଡର ସାଧାରଣ ସମ୍ପାଦକ ଦୀପକ ସୁଦ ମେ ମାସରେ କହିଥିଲେ ଯେ କେନ୍ଦ୍ର ସହ ରାଜ୍ୟ ସରକାର ରାଜସ୍ବ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ କିଛି ଅଧିକ ମାତ୍ରାରେ ନିର୍ଭରଶୀଳ । ଯାନ ଇନ୍ଧନ ମୂଲ୍ୟରେ ଜାତୀୟ ସ୍ତରରେ ସମାନତା ରହିବା ଉଚିତ ବୋଲି ସେ କହିଛନ୍ତି। ନଚେତ ଜିଏସଟି ଅଧୀନରେ ଏକକ ବଜାରର ଉଦ୍ଦେଶ୍ୟ ପୂରଣ ହେବ ନାହିଁ ।
ଇଟିଭି ଭାରତ ରିପୋର୍ଟ