ନୂଆଦିଲ୍ଲୀ: ପୁଣି 1 ଲକ୍ଷ କୋଟି ଡେଇଁଲା ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହ । ମେ ମାସରେ 1.02 କୋଟି ଟଙ୍କା ଆଦାୟ ହୋଇଛି ଜିଏସଟି ରାଜସ୍ବ । ଏହାକୁ ମିଶାଇ ଲଗାତାର 8 ମାସ ଧରି ଜିଏସଟି କର ସଂଗ୍ରହ 1 ଲକ୍ଷ କୋଟି ଟଙ୍କା ଉପରେ ରହିଛି ।
ଗତ ବର୍ଷ ଅର୍ଥାତ 2020 ମେ ମାସ ତୁଳନାରେ ଏବର୍ଷ ମେ ମାସରେ ଜିଏସଟି ସଂଗ୍ରହ 65 ପ୍ରତିଶତ ବଢିଛି । ଗତ ବର୍ଷ ଜିଏସଟି ଆଦାୟ 62,009 କୋଟି ଟଙ୍କା ଥିଲା । ତେବେ ଏ ବର୍ଷ ମେ ମାସରେ 1,02,709 କୋଟି ଟଙ୍କା ଆଦାୟ ହୋଇଛି ।
କୋଭିଡ-19 ସଂକ୍ରମଣ ପ୍ରତିହିତ ପାଇଁ ଦେଶବ୍ୟାପୀ ତାଲାବନ୍ଦ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲା । ଫଳରେ ଗତ ବର୍ଷ ଜିଏସଟି ସଂଗ୍ରହ ହ୍ରାସ ହୋଇଥିଲା । ତେବେ, 2021 ଏପ୍ରିଲ ମାସରେ ଦେଶର ଜିଏସଟି ରାଜସ୍ବ 1 ଲକ୍ଷ 41 ହଜାର କୋଟିରେ ପହଞ୍ଚିବା ସହ ଏକ ନୂଆ ସର୍ବକାଳୀନ ରେକର୍ଡରେ ପହଞ୍ଚିଥିବା ବେଳେ ମେ ମାସରେ ଏହା ହ୍ରାସ ହୋ
ତେବେ ମେ ମାସରେ ସଂଗ୍ରହ ହୋଇଥିବା 1,02,709 କୋଟି ମଧ୍ୟରେ କେନ୍ଦ୍ରୀୟ ଜିଏସଟି 17,592 କୋଟି, ରାଜ୍ୟ ଜିଏସଟି 22,653 କୋଟି, ଇଣ୍ଟିଗ୍ରେଟେଡ ଜିଏସଟି 53,199 କୋଟି ଟଙ୍କା ଓ ସେସ 9,265 କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରୁ 868 କୋଟି ଟଙ୍କା ସଂଗ୍ରହ ହୋଛି) ସାମିଲ ଅଛି ।