ଓଡିଶା

odisha

ETV Bharat / business

କମୁଛି ରାଜସ୍ବ, ମହଙ୍ଗା ହେବ ବହୁ ସାମଗ୍ରୀ

ଆସନ୍ତା 18ରେ 38ତମ ଜିଏସଟି ବୈଠକ। ବଦଳିପାରେ ଜିଏସଟି ସ୍ଲାବ। ମହଙ୍ଗା ହେବ ଆପଣଙ୍କ ପସନ୍ଦର ବହୁ ସାମଗ୍ରୀ ଓ ସେବା ।

gst rates may go up for various items to meet revenue shortfall
କମୁଛି ରାଜସ୍ବ, ମହଙ୍ଗା ହେବ ବହୁ ସାମଗ୍ରୀ

By

Published : Dec 11, 2019, 7:44 PM IST


ନୂଆଦିଲ୍ଲୀ: ଚଳିତ ଡିସେମ୍ବର 18 ତାରିଖରେ ହେବାକୁ ଯାଉଛି ଜିଏସଟି ପରିଷଦର 38ତମ ବୈଠକ। ଦେଶର ରାଜସ୍ବ ବୃଦ୍ଧି ପାଇଁ ଏଥର ଜିଏସଟି ସ୍ଲାବରେ ବଡ ପରିବର୍ତ୍ତନ ଆସିପାରେ। ବହୁ ଦ୍ରବ୍ୟ ଓ ସେବା ମହଙ୍ଗା ହୋଇପାରେ।

ଏବେ ସୁଦ୍ଧା ଆଦାୟ ହୋଇଥିବା ଜିଏସଟି ରାଜସ୍ବ ଏତେଟା ସନ୍ତୋଷଜନକ ନାହିଁ। ଏଥିଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ବହୁତ ଚାପ ମଧ୍ୟରେ ଅଛନ୍ତି।

ଏହି ବୈଠକ ଏଭଳି ସମୟରେ ହେଉଛି, ଯେବେ ଜିଏସଟି ଆଦାୟ କମ ଥିବା ସହ ବହୁ ରାଜ୍ୟର କ୍ଷତିପୂରଣ ମଧ୍ୟ ବକେୟା ପଡିଛି। ଶୀଘ୍ର କ୍ଷତିପୂରଣ ଦେଇ ରାଜ୍ୟର ଆର୍ଥିକ ସଙ୍କଟ ଦୂର ପାଇଁ କେନ୍ଦ୍ର ନିକଟରେ ସମସ୍ତେ ଅପିଲ କରିଛନ୍ତି।

ବର୍ତ୍ତମାନ ସମୟରେ ଜିଏସଟିର 4ଟି ସ୍ଲାବ ରହିଛି। 5, 12, 18 ଓ 28 ପ୍ରତିଶତ ରହିଛି। ଏହା ବ୍ୟତୀତ 28 ପ୍ରତିଶତ ଶ୍ରେଣୀରେ ଆସୁଥିବା ଦ୍ରବ୍ୟ ଓ ସେବା କର ଉପରେ ଉପକର(ସେସ) ମଧ୍ୟ ଆଦାୟ ହେଉଛି। ଏହା 25 ପ୍ରତିଶତ ଅଧିନରେ ଆସୁଛି।

ମଙ୍ଗଳବାର କେନ୍ଦ୍ର ଓ ରାଜ୍ୟ ଅଧିକାରିଙ୍କ ଏକ ଗୋଷ୍ଠୀ ଆଲୋଚନା କରି ଜିଏଟିକୁ ଏକ ତର୍କସଙ୍ଗତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ବହୁ ବିକଳ୍ପ ଉପରେ ବିଚାର କରାଯାଇଛି। ଯେଉଁଥିରେ 5 ପ୍ରତିଶତକୁ ଦରକୁ ବଢାଇ 8 ପ୍ରତିଶତ ଓ 12 ପ୍ରତିଶତକୁ 15ପ୍ରତିଶତ ବଢାଯିବାକୁ ଯୋଜନା ରହିଛି। ଏଥିସହ କିଛି ସାମଗ୍ରୀ ଉପରେ ଉପକର ଲଗାଯାଇପାରେ। ଏନେଇ ଜିଏସଟି ପରିଷଦର ବୈଠକ ପରେ ଜଣାପଡିବ।

ABOUT THE AUTHOR

...view details