ଓଡିଶା

odisha

ETV Bharat / business

ଆସନ୍ତା 14ରେ ଜିଏସଟି ପରିଷଦର ବୈଠକ, ଶସ୍ତା ହେବ ଏସବୁ ସାମଗ୍ରୀ - gst meeting

ଆସନ୍ତା 14ରେ ଜିଏସଟି ପରିଷଦର 39ତମ ବୈଠକ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି.. ସରଳ ହୋଇପାରେ ଜିଏସଟି ସ୍ଲାବ ।

GST on cellphones, footwear, textiles to be rationalised on 14 March
ଆସନ୍ତା 14ରେ ଜିଏସଟି ପରିଷଦର ବୈଠକ, ଶସ୍ତା ହେବ ଏସବୁ ସାମଗ୍ରୀ

By

Published : Mar 12, 2020, 12:38 PM IST

ନୂଆଦିଲ୍ଲୀ: ମୋବାଇଲ ଫୋନ, ଜୋତା-ଚପଲ ଓ କପଡା ଭଳି 5 ସେକ୍ଟର ଉପରେ ଉପରେ ଲାଗୁ ଜିଏସଟି ଦରକୁ ଯୁକ୍ତିଯୁକ୍ତ କରାଯିବ !ଏଥିସହ ନୂଆ ରିଟର୍ଣ୍ଣ ଫାଇଲ ପାଇଁ ବ୍ୟବସ୍ଥା ଏବଂ ଇ-ଇନଭଏସ କାର୍ଯ୍ୟକାରିତାକୁ ଅବଧି ବୃଦ୍ଧି ସମ୍ଭାବନା ରହିଛି । ଆସନ୍ତା 14ରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇପାରେ ।

ଅଧିକାରୀଙ୍କ କହିବା ଅନୁଯାୟୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଜିଏସଟି ନେଟୱର୍କ ପୋର୍ଟାଲ ପରିଚାଳନା ସମ୍ବନ୍ଧୀୟ ସମସ୍ୟା ଉପରେ ଚର୍ଚ୍ଚା ନେଇ ଆଶା ରହିଛି । ଏଥିସହ ବୈଠକରେ ଇମ୍ଫୋସିସ ଠାରୁ ଏହାର ସମାଧାନ ପାଇଁ ପ୍ଲାନ ମଗାଯାଇପାରେ ।

2015ରେ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀ ଇନଫୋସିସ ଜିଏସଟିଏନ ନେଟୱାର୍କର ବୈଷୟିକ ପରିଚାଳନା ପାଇଁ ଚୁକ୍ତିନାମା ପ୍ରଦାନ କରାଯାଇଥିଲା । ଏହା ବ୍ୟତିତ ବୈଠକରେ ରାଜସ୍ବ ସଂଗ୍ରହ ବୃଦ୍ଧି ପାଇଁ ମଧ୍ୟ ଆଲୋଚନା କରାଯିବ । କାରଣ ଜିଏସଟି ଲାଗୁ ନେଇ ରାଜ୍ୟ ଗୁଡିକର ହେଉଥିବା ରାଜସ୍ବ କ୍ଷତିପୂରଣ ବାବଦରେ କେନ୍ଦ୍ର ପାଖରେ ଅର୍ଥ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି ।

ବର୍ତ୍ତମାନ ସେଲୁଲାର ମୋବାଇଲ ଫୋନ ଉପରେ 12 ପ୍ରତିଶତ ଶୁଳ୍କ ଲାଗୁ ଥିବାବେଳେ ଏହାର କିଛି କଞ୍ଚାମାଲ ଉପରେ 18 ପ୍ରତିଶତ ରହିଛି। ଗତ ବର୍ଷ ଜୁନରେ ପରିଷଦ ପକ୍ଷରୁ 1,000 ଟଙ୍କାର ଜୋତା ଚପଲ ଉତ୍ପାଦ ଉପରେ ଜିଏସଟି ଦରକୁ 5 ପ୍ରତିଶତକୁ ହ୍ରାସ କରାଯାଇଥିଲା । ଆଉ ଏହା ଠାରୁ ଅଧିକ ମୂଲ୍ୟର ଫୁଟୱେର ଉପରେ 18 ପ୍ରତିଶତ ଜିଏସଟି ଆଦାୟ ହେଉଛି ।

ABOUT THE AUTHOR

...view details