ଓଡିଶା

odisha

ETV Bharat / business

ଅକ୍ଟୋବର 1 ରୁ ଇ-ଇନଭଏସ ଯୋଜନା ଲାଗୁ - GST e-invoicing

ଇ-ଇନଭଏସର ଉଦ୍ଦେଶ୍ୟ ହେଉଛି ନକଲି ବିଲ ମାଧ୍ୟମରେ ଜିଏସଟି ଚୋରୀକୁ ରୋକିବା। ଏଥିରେ କମ୍ପାନୀଗୁଡିକ ପାଇଁ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟା ସହଜ ହେବ । କାରଣ ବିଲ ତଥ୍ୟ ପୂର୍ବରୁ କେନ୍ଦ୍ରୀୟ ପୋର୍ଟାଲରେ ରହିବ । ଅଧିକ ପଢନ୍ତୁ..

GST e-invoicing for businesses with Rs 500-cr turnover from Oct 1
GST e-invoicing for businesses with Rs 500-cr turnover from Oct 1

By

Published : Jul 24, 2020, 2:45 PM IST

ନୂଆଦିଲ୍ଲୀ: ସରକାର ଏକ ନୂଆ ଜିଏସଟି ଇ-ଇନଭଏସ ବା ଇ-ବିଲ ଯୋଜନା ସୂଚିତ କରିବାକୁ ଯାଉଛନ୍ତି । ଏହା ଜରିଆରେ 500 କୋଟି ଟଙ୍କା ବା ଏହା ଠାରୁ ଅଧିନକ କାରବାର କରୁଥିବା କମ୍ପାନୀ ଅକ୍ଟୋବରରୁ ସରକାରଙ୍କ ପୋର୍ଟାଲରୁ ସମସ୍ତ ବିଲ ପ୍ରତ୍ୟାହାର କରିପାରିବେ ।

ପୂର୍ବରୁ ଏଥିପାଇଁ କାରବାର ସୀମା 100 କୋଟି ଟଙ୍କା ଥିଲା । ହେଲେ ବର୍ତ୍ତମାନ ଦ୍ରବ୍ୟ ଓ ସେବା କର (ଜିଏସଟି ) ରିଟର୍ଣ୍ଣ ଦାଖଲ କରିବା ପ୍ରଣାଳୀକୁ ନୂଆ ପ୍ରକ୍ରିୟାର ପ୍ରସ୍ତିବିତ ଫିଚର୍ସ ସହ ଯୋଡି ଆହୁରୀ ଉନ୍ନତ କରାଯିବ । କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ର ପ୍ରିନ୍ସିପାଲ କମିଶନର ଯୋଗେନ୍ଦ୍ର ଗର୍ଗ ଏ ନେଇ ଆସଚେମର ଏକ କାର୍ଯ୍ୟକ୍ରମରେ କହିଛନ୍ତି ।

ଇ-ଇନଭଏସିଂ ଇଲେକଟ୍ରୋନିକ୍ସ ଉପାୟରେ ପ୍ରମାଣନ ହୋଇଥିବା ଏକ ଇନଭଏସ । ଏ ନେଇ ଆସନ୍ତା ସପ୍ତାହରେ ସର୍କୁଲାର କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ଏହି ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ସିବିଆଇସି ଜିଏସଟି ରିଟର୍ଣ୍ଣ ଫାଇଲିଂ ବ୍ୟବସ୍ଥାକୁ ବଦଳାଇବ ।

ଇ-ଇନଭଏସର ଉଦ୍ଦେଶ୍ୟ ହେଉଛି ନକଲି ବିଲ ମାଧ୍ୟମରେ ଜିଏସଟି ଚୋରୀକୁ ରୋକିବା। ଏଥିରେ କମ୍ପାନୀଗୁଡିକ ପାଇଁ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟା ସହଜ ହେବ । କାରଣ ବିଲ ତଥ୍ୟ ପୂର୍ବରୁ କେନ୍ଦ୍ରୀୟ ପୋର୍ଟାଲରେ ରହିବ ।

ଗତ ବର୍ଷ ନଭେମ୍ବରରେ ସରକାର ଘୋଷଣା କରିଥିଲେ ଯେ ଏପ୍ରିଲ 1 ରୁ 100 କୋଟିରୁ ଅଧିକ ଟଙ୍କା କାରବାର କରୁଥିବା କମ୍ପାନୀଗୁଡିକ ପାଇଁ ଇଲେକ୍ଟ୍ରୋନିକ ଇନଭଏସ ବାଧ୍ୟତାମୂଳକ ହେବ। ପରେ 2020 ମାର୍ଚ୍ଚ ରେ ଜିଏସଟି ପରିଷଦ ଏହାର କାର୍ଯ୍ୟକାରିତା ତାରିଖ ଅକ୍ଟୋବର 1 କୁ ବୃଦ୍ଧି କରିଥିଲା ।

ABOUT THE AUTHOR

...view details