ପାନାଜୀ: ଯଦି ଭାରତ ଚୀନରୁ ଇଲେକ୍ଟ୍ରୋନିକ ହାର୍ଡୱେର ଉପକରଣ କ୍ରୟ କରିବାରେ ଅସମର୍ଥ ହେବ ତେବେ ଦେଶର ଦ୍ରବ୍ୟ ଓ ସେବା କର (ଜିଏସଟି) ଇ-ପ୍ଲାର୍ଟଫର୍ମ ଗଭୀର ଭାବେ ସମସ୍ୟାର ସମ୍ମୁଖୀନ ହେବ । ଗୋଆ ପରିବହନ ମନ୍ତ୍ରୀ ଓ ଜିଏସଟି ପରିଷଦରେ ରାଜ୍ୟର ଅଫିସିଆଲ ପ୍ରତିନିଧିତ୍ବ ମୌଭିନ ଗୋଦିହ୍ନୋ କହିଛନ୍ତି ।
ରାଜ୍ୟର ପରିବହନ ମନ୍ତ୍ରାଳୟ ଆପ ଲଞ୍ଚ କରିବା ପାଇଁ ସୋମବାର ରାଜ୍ୟ ସଚିବାଳୟରେ ଏକ ପ୍ରେସ କନଫରେନ୍ସ୍କୁ ମୌଭିନ ସମ୍ବୋଧିତ କରିଛନ୍ତି । ଏଥିରେ ସେ କହିଛନ୍ତି କି କୋରୋନା ଭାଇରସ ସଙ୍କଟ ଓ ଆମଦାନୀ ସଙ୍କୁଚିତ ଦ୍ବାରା ହାର୍ଡୱେର ଓ ଅନ୍ୟ ଉପକରଣର ସ୍ବଦେଶୀ ନିର୍ମାଣକୁ ଗତି ମିଳିପାରେ ।