ଓଡିଶା

odisha

ETV Bharat / business

ବଜେଟ ପରେ ପ୍ରଥମ ଜିଏସଟି ବୈଠକ, ଫୋକସରେ ଇ-ଯାନ - 36ତମ ଜିଏସଟି ବୈଠକ

ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ 36ତମ ଜିଏସଟି ବୈଠକ ବସିବ । ଏଥିରେ ଇ-ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଜିଏସଟି ସ୍ଲାବକୁ ହ୍ରାସ ନେଇ ଆଲୋଚନା ହୋଇପାରେ ।

ଫାଇଲ ଫଟୋ

By

Published : Jul 25, 2019, 1:15 PM IST


ନୂଆଦିଲ୍ଲୀ: ଆଜି(ଗୁରୁବାର) ଜିଏସଟି ପରିଷଦର 36ତମ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ଦ୍ବିତୀୟ ଓ ବଜେଟ ପରେ ଏହା ପ୍ରଥମ ବୈଠକ ହେବ । ଏଥିରେ ଇଲେକ୍ଟ୍ରିକ ଯାନବାହାନ ଉପରେ ବଡ ରିହାତି ନେଇ ନିଷ୍ପତ୍ତି ନିଆଯାଇପାରେ ।

ଚଳିତ ଆର୍ଥିକ ବର୍ଷର ବଜେଟରେ ଇଲେକ୍ଟ୍ରିକ ଯାନବାହନକୁ ଶସ୍ତା କରିବା ପାଇଁ ଆୟକର ଉପରେ ରିହାତି ଓ କଷ୍ଟ୍ୟୁମ ଡ୍ୟୁଟି ଛାଡ ନେଇ ଘୋଷଣା କରାଯାଇଛି । ଏଥିରୁ ଜଣାଯାଉଛି ଯେ, ଆଜିର ଏହି ବୈଠକରେ ଇ-ଯାନ ଉପରେ ଜିଏସଟି 12ରୁ ହ୍ରାସ କରି 5 ପ୍ରତିଶତ କରାଯିବ ।

ଏଥିସହ ଇ-ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲାଗି ପାର୍କିଙ୍ଗ ଫ୍ରି ଓ ଟୋଲ ଟ୍ୟାକ୍ସ ଫ୍ରି ପାଇଁ ରୂପରେଖ ପ୍ରସ୍ତୁତ କରାଯିବ ।

ABOUT THE AUTHOR

...view details