ନୂଆଦିଲ୍ଲୀ: ଏଣିକି ଶସ୍ତାରେ ମିଳିବ ବୈଦ୍ୟୁତିକ ଯାନ । ଇ-ଯାନ ଉପରେ ଲାଗୁ ଥିବା ଜିଏସଟି ସ୍ଲାବ ରେଟ 12 ରୁ ଖସି 5 ପ୍ରତିଶତ ହୋଇଛି । ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର 36ତମ ବୈଠକରେ ଏନେଇ ଘୋଷଣା କରାଯାଇଛି ।
ଖସିଲା ଜିଏସଟି, ଏଣିକି ଶସ୍ତାରେ ଇ-ଯାନ ଯାତ୍ରା - ଜିଏସଟି ପରିଷଦର 36ତମ ବୈଠକ
ଇ-ଯାନ ଉପରେ ଭାରୀ ରିହାତି । ଜିଏସଟି ପରିଷଦର 36 ତମ ବୈଠକରେ ଇ-ଯାନ ଉପରୁ ଜିଏସଟି ସ୍ଲାବକୁ 12ରୁ ହ୍ରାସ କରି 5 ପ୍ରତିଶତ କରାଯାଇଛି ।
ଫଟୋ ସୌଜନ୍ୟ-ଏଏନଆଇ
ସେହିପରି ଇ-ଯାନର ଚାର୍ଜରରେ ମଧ୍ୟ 18 ପ୍ରତିଶତ ବଦଳରେ 5 ପ୍ରତିଶତ ଜିଏସଟି ଲାଗିବ । ଏସବୁ ରିହାତି ସବୁ ଆସନ୍ତା ମାସ ପହିଲାରୁ ଲାଗୁ ହେବ ।
ଜିଏସଟି ପରିଷଦର ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଭିଡିଓ କନଫ୍ରେନ୍ସି ଜରିଆରେ ଉପସ୍ଥିତ ଥିଲେ ।