ଓଡିଶା

odisha

ETV Bharat / business

ଜିଏସଟି କ୍ଷତିପୂରଣ: ପରିଷଦ ବୈଠକ ଅପେକ୍ଷାରେ ରାଜ୍ୟ

ରାଜ୍ୟ ଗୁଡିକର ରାଜସ୍ବ ହ୍ରାସ ଓ ସେମାନଙ୍କୁ ଜିଏସଟି କ୍ଷତିପୂରଣ ଦେବା ଲାଗି ଜୁଲାଇ ମାସରେ ଆଲୋଚନା ନେଇ ପରିଷଦ ନିଷ୍ପତ୍ତି ନେଇଥିଲା । କିନ୍ତୁ ଏବେ ଯାଏଁ ବୈଠକର କୌଣସି ସଙ୍କେତ ମିଳିନି । ଏପେଟ କ୍ଷତିପୂରଣ ପାଇଁ ଅନାଇ ଅଛନ୍ତି ଆର୍ଥିକ ସଙ୍କଟରେ ଜୁଝୁଥିବା ରାଜ୍ୟ । ଅଧିକ ପଢନ୍ତୁ..

GST compensation
GST compensation

By

Published : Jul 31, 2020, 1:03 PM IST

ନୂଆଦିଲ୍ଲୀ: ଗତ ମାସ ଅନୁଷ୍ଠିତ ଜିଏସଟି ପରିଷଦର ବୈଠକରେ ରାଜ୍ୟଗୁଡିକର ରାଜସ୍ବ ହ୍ରାସ ହେତୁ କ୍ଷତିପୂରଣ ଦେବା ନେଇ ଗୁରୁତର ପ୍ରସଙ୍ଗରେ ଜୁଲାଇରେ ଆଲୋଚନା କରିବାକୁ ସହମତ ଦର୍ଶାଯାଇଥିଲା । କିନ୍ତୁ ଜୁଲାଇ ମାସ ଶେଷ ହେବାକ ଥିଲେ ବି ଏଯାଏଁ ବୈଠକର କୌଣସି ସଙ୍କେତ ଦିଆଯାଇନାହିଁ ।

ଜୁନ 12 ରେ ଆୟୋଜିତ 40 ତମ ଜିଏସଟି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ କି, ପରିଷଦ ଜୁଲାଇ ମାସରେ ପୁଣି ବୈଠକ କରି କେବଳ ‘‘ଏକ ଏଜେଣ୍ଡା ଆଇଟମ ’’ କ୍ଷତିପୂରଣ ସେସ ବାବଦରେ ଚର୍ଚ୍ଚା କରିବ । ହେଲେ ଏ ଯାଏଁ କୌଣସି ବୈଠକ ଡକାଯାଇନାହିଁ ।

ଏ ନେଇ ନିରାଶ ବ୍ୟକ୍ତ କରି କେବଳ ଅର୍ଥମନ୍ତ୍ରୀ ଥୋମାସ ଇସାକ ଟ୍ବିଟ କରି ଜଣାଇଛନ୍ତି କି, ‘‘ ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ଶୁଣାଣି ସମ୍ବାଦ ଅନୁଯାୟୀ, କେନ୍ଦ୍ର ଦର୍ଶାଇଛି କି ଜିଏସଟି କ୍ଷତିପୂରଣ ଦିଆଯାଇପାରିବ ନାହିଁ । ଆଉ ବର୍ତ୍ତମାନ ପରିଷଦ ଦ୍ବାରା ବ୍ୟବସ୍ଥା ସଂଶୋଧିତ କରାଯାଇପାରେ । ଫେଡେରାଲ୍ ଟ୍ରଷ୍ଟକୁ ପ୍ରତାରଣା କରାଯାଇଛି ! ପ୍ରତିଶ୍ରୁତି ଅନୁସାରେ ତୁରନ୍ତ ପରିଷଦ ବୈଠକ ଆୟୋଜନ କର। ’’

ପ୍ରସ୍ତାବିତ ବୈଠକ ନେଇ ଇଟିଭି ଭାରତ ସହ କଥାବାର୍ତ୍ତା ହୋଇ ଜିଏସଟି ବିଶେଷ ପ୍ରୀତମ ମହୁରେ କହିଛନ୍ତି କି, ‘‘ ବୈଠକ ରାଜ୍ୟର ଦୃଷ୍ଟିକୋଣରୁ ବହୁତ ମହତ୍ବପୂର୍ଣ୍ଣ । କାରଣ ସେମାନଙ୍କୁ ନିଜ ରାଜସ୍ୱ ସଂଖ୍ୟା ଉପରେ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି। କ୍ଷତିପୂରଣ ସେସର କମ୍ ସଂଗ୍ରହ ରାଜ୍ୟଗୁଡିକ ପାଇଁ ଚିନ୍ତାର ଏକ ପ୍ରମୁଖ କାରଣ ପାଲଟିଛି ।’’

କଣ ରହିଛି ମାମଲା ?

ଦ୍ରବ୍ୟ ଓ ସେବା କର ଅଧିନିୟମ 2017 ଅନୁସାରେ ଜିଏସଟି କାର୍ଯ୍ୟକାରୀର ପ୍ରଥମ 5 ବର୍ଷ ପାଇଁ ରାଜ୍ୟ ସରକାରଙ୍କୁ ସେମାନଙ୍କ ବାର୍ଷିକ ରାଜସ୍ବ (2015-16 ଆର୍ଥିକ ବର୍ଷର ରାଜସ୍ୱକୁ ଆଧାର ଭାବରେ ବିଚାର କରି), ରେ 14 ପ୍ରତିଶତ ଅଭିବୃଦ୍ଧି ନେଇ ଆଶ୍ବସନା ଦିଆଯାଇଥିଲା ।

ଆଇନ ଅନୁଯାୟୀ ଯଦି ଆର୍ଥିକ ବର୍ଷରେ ରାଜ୍ୟର ରାଜସ୍ୱରେ କୌଣସି ଅଭାବ ଥାଏ, ତେବେ ଜିଏସଟି କ୍ଷତିପୂରଣ ସେସ ବ୍ୟବହାର କରି ଏହାର କ୍ଷତିପୂରଣ ଦେବାକୁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ।

କେନ୍ଦ୍ର ଏକ କ୍ଷତିପୂରଣ ସେସ୍ ସଂଗ୍ରହ କରେ। ଯାହା 28% ସ୍ଲାବ୍ ବର୍ଗରେ ଆସୁଥିବା ବିଳାସପୂର୍ଣ୍ଣ ଆଇଟମ୍ ଉପରେ ନିୟମିତ ଜିଏସଟି ଅତିରିକ୍ତ ଲାଗୁ କରାଯାଇଥାଏ । ପୁଣି ଏକତ୍ରିତ ଧନରାଶିର ଉପଯୋଗ କୌଣସି ମଧ୍ୟ ରାଜସ୍ବ ଅଭାବ ପାଇଁ ଦ୍ବିମାସିକ ଆଧାରରେ ରାଜ୍ୟର କ୍ଷତିପୂରଣ ଦେବା ପାଇଁ ବ୍ୟବହୃତ ହୁଏ ।

ତେବେ ଏବେ ରାଜ୍ୟ ଜିଏସଟି କ୍ଷତିପୂରଣ ଦେବାରେ ବିଳମ୍ବ ନେଇ ଅଭିଯୋଗ ଆଣିଛନ୍ତି । ଯାହା ଫଳରେ ସେମାନଙ୍କ ଅର୍ଥବ୍ୟବସ୍ଥା ଉପରେ ଚାପ ଆସୁଛି ବୋଲି କୁହାଯାଉଛି ।

ସୋମବାର , କେନ୍ଦ୍ର ସରକାର 2020 ମାର୍ଚ୍ଚ ସମାପ୍ତ ହେଉଥିବା ଆର୍ଥିକ ବର୍ଷ ପାଇଁ ରାଜ୍ୟକୁ ଜିଏସଟି କ୍ଷତିପୂରଣ ହିସାବରେ 1.65 ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ତଥାପି, ଏପ୍ରିଲ 2020 ରୁ ଆରମ୍ଭ ହେଉଥିବା ଅବଧି ପାଇଁ କ୍ଷତିପୂରଣର ଦେୟ ବିଚାରାଧୀନ ଅଛି ।

ଏହି ସମୟରେ, ଅର୍ଥ ମନ୍ତ୍ରଣାଳୟ କହିଛି କି କ୍ଷତିପୂରଣ ଦେବାରେ କଷ୍ଟ ହେଉପଡିଛି । କାରଣ ଆର୍ଥିକ ବର୍ଷ 2015 ରେ କ୍ଷତିପୂରଣ ଉପକର 42% ହ୍ରାସ ହୋଇଯାଇଛି ।

ABOUT THE AUTHOR

...view details