ଓଡିଶା

odisha

ETV Bharat / business

ସେପ୍ଟେମ୍ବରରେ ଜିଏସଟି ସଂଗ୍ରହ 95,480 କୋଟି ଟଙ୍କା

ସେପ୍ଟେମ୍ବରର ଦ୍ରବ୍ୟ ଓ ସେବା କର ସଂଗ୍ରହ ଭାଙ୍ଗିଲା ରେକର୍ଡ । ଚଳିତ ଆର୍ଥିକ ବର୍ଷର ସବୁ ମାସ ତୁଳନାରେ ସେପ୍ଟେମ୍ବରରେ ଜିଏସଟି ସଂଗ୍ରହ 4 ପ୍ରତିଶତ ଅଧିକ ରହିଛି । ସେପ୍ଟମ୍ବରରେ 95,480 କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି । ଅଧିକ ପଢନ୍ତୁ..

ସେପ୍ଟେମ୍ବରରେ ଜିଏସଟି ସଂଗ୍ରହ 95,480 କୋଟି ଟଙ୍କା
ସେପ୍ଟେମ୍ବରରେ ଜିଏସଟି ସଂଗ୍ରହ 95,480 କୋଟି ଟଙ୍କା

By

Published : Oct 1, 2020, 6:07 PM IST

Updated : Oct 3, 2020, 2:37 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହ 95,480 କୋଟି ଟଙ୍କା ରହିଛି । ଯାହାକି ଚଳିତ ଆର୍ଥିକ ବର୍ଷରେ ଏବେ ସୁଦ୍ଧା ଆଦାୟ ହୋଇଥିବା ସର୍ବାଧିକ ଜିଏସଟି କଲେକ୍ସନ । ଅର୍ଥମନ୍ତ୍ରାଳୟ ଗୁରୁବାର ଏ ନେଇ ସୂଚନା ଦେଇଛି ।

ସେପ୍ଟେମ୍ବରରେ ରେକର୍ଡ ଭାଙ୍ଗିଲା ଜିଏସଟି ସଂଗ୍ରହ

ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି 2020 ସେପ୍ଟେମ୍ବରର ଜିଏସଟି ସଂଗ୍ରହ ଗତ ବର୍ଷ ଏହି ମାସର ମୋଟ ଜିଏସଟି ସଂଗ୍ରହର 4 ପ୍ରତିଶତରୁ ଅଧିକ ।

ବିବୃତ୍ତିରେ କୁହାଯାଇଛି କି 2020 ସେପ୍ଟେମ୍ବର ମାସରେ ମୋଟ ଜିଏସଟି ରାଜସ୍ବ 95,480 କୋଟି ଟଙ୍କା ରହିଛି । ଯେଉଁଥିରେ କେନ୍ଦ୍ରୀୟ ଜିଏସଟି 17,741 କୋଟି ଟଙ୍କା, ରାଜ୍ୟ ଜିଏସଟି 23,131 କୋଟି ଟଙ୍କା ଓ ଇଣ୍ଟିଗ୍ରେଟେଡ ଜିଏସଟି 47,484 କୋଟି ଟଙ୍କା ( ଆମାଦାନୀରୁ ସଂଗୃହୀତ 22,222 କୋଟି ଟଙ୍କା ସାମିଲ) ରହିଛି । ସେହିପରି ଏହି ମାସରେ ସେସ ବାବଦରେ 7,124 କୋଟି ଟଙ୍କା ( ମାଲ ଆମଦାନୀ ଉପରେ ଏକତ୍ର 788 କୋଟି ଟଙ୍କା ସହିତ) ରହିଛି ।

ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଜିଏସଟିରୁ ପ୍ରାପ୍ତ ରାଜସ୍ବ ଏପ୍ରିଲରେ 32,172 କୋଟି ଟଙ୍କା, ମେ ମାସରେ 62,151 କୋଟି ଟଙ୍କା , ଜୁନରେ 90,917 କୋଟି ଟଙ୍କା, ଜୁଲାଇରେ 87,422 କୋଟି ଟଙ୍କା , ଅଗଷ୍ଟରେ 86,449 କୋଟି ଟଙ୍କା ରହିଛି ।

Last Updated : Oct 3, 2020, 2:37 PM IST

ABOUT THE AUTHOR

...view details