ନୂଆଦିଲ୍ଲୀ: ଦେଶ ମେରୁଦଣ୍ଡକୁ ସଳଖିବ ସଂଶୋଧିତ ଜିଏସଟି ହ୍ରାସ । ଶୁକ୍ରବାର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 37ତମ ଜିଏସଟି ପରିଷଦ ବେଠକରେ 20 ବସ୍ତୁ ଓ 12 ସେବା ଉପରୁ ଜିଏସଟି ଦର କମିଛି। ଏହା କେତେକଙ୍କ ପାଇଁ ଲାଭବାନ ହୋଇଥିଲା ବେଳେ କଫି, କୋଲ୍ଡ୍ରିଙ୍କ୍ସ ଭଳି ମୃଦ୍ୟୁ ପାନୀୟ କମ୍ପାନୀ ମୁଣ୍ଡରେ ଚଡକ ପଡିଛି। ତେବେ ପରିଷଦର ନିଷ୍ପତ୍ତି କ୍ଷୁଦ୍ର ବେପାରୀଙ୍କୁ ଆଶ୍ବସ୍ତି ଦେଇଛି।
କ୍ଷୁଦ୍ର ବେପାରୀଙ୍କୁ ଆଶ୍ବସ୍ତି, ଭରିବେନି ବାର୍ଷିକ ଜିଏସଟି ରିଟର୍ଣ୍ଣ! - no gst on 2 cr turnover
ଶୁକ୍ରବାର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 37ତମ ଜିଏସଟି ପରିଷଦରେ 20 ବସ୍ତୁ ଓ 12 ସେବା ଉପରୁ ଜିଏସଟି ଦର କମିଛି । 2କୋଟି ଟର୍ନଓଭର ଉପରେ ଏଣିକି ଦାଖଲ କରିବାକୁ ପଡିବନି ବାର୍ଷିକ ଜିଏସଟି ରିଟର୍ଣ୍ଣ । ଯାହାକି କ୍ଷୁଦ୍ର ବେପାରୀଙ୍କୁ ଆଶ୍ବସ୍ତି ଦେଇଛି।
ଏଣିକି ଫ୍ରି ରହିବ 2 କୋଟି ଟର୍ନ ଓଭର ଉପରେ ବାର୍ଷିକ ଜିଏସଟି ରିଟର୍ଣ୍ଣ ଦାଖଲ। ସେହିପରି ଭାରତରେ ପ୍ରସ୍ତୁତ ହେଉନଥିବା ଖାସ ଡିଫେନ୍ସ ପ୍ରଡକ୍ଟ ପାଇଁ ଜିଏସଟି ଦେବାକୁ ପଡିବ ନାହିଁ । 2024 ଏହି ଶ୍ରେଣୀକୁ ମୁକ୍ତି ମିଳିବା ନେଇ ନିର୍ମଳା କହିଛନ୍ତି।
ସ୍ଲାଇଡ ଫଷ୍ଟନର ଉପରେ ଜିଏସଟି ହାର 18ରୁ ହ୍ରାସ ପାଇ 12, ମରୀନ ଇନ୍ଧନ ଉପରେ 18ରୁ ଖସି 5 ପ୍ରତିଶତ କରାଯାଇଛି । ଏହିପରି ଭାରତରେ ହେବାକୁ ଥିବା ଅଣ୍ଡର-17 ୱାର୍ଡ କପ ପାଇଁ ଫିଫାକୁ ସାମଗ୍ରୀ ଯୋଗାଣ ପାଇଁ ଜିଏସଟି ଲାଗିବ ନାହିଁ । ହେଲେ ରେଳ ୱାଗନ ଓ କୋଚ ନିର୍ମାଣ ପାଇଁ ସାମଗ୍ରୀ ଯୋଗାଣ ମହଙ୍ଗା ହେବ । ଏହା ଉପରେ ଜିଏଟି 5 ପ୍ରତିଶତ ଲାଗୁଥିବା ବେଳେ ଅକ୍ଟୋବର ପହିଲାରୁ 12 ପ୍ରତିଶତ ଲାଗିବ।