ଓଡିଶା

odisha

By

Published : Jan 7, 2020, 5:32 PM IST

ETV Bharat / business

ଏୟାର ଇଣ୍ଡିଆ ବିକ୍ରି: EOIକୁ ମନ୍ତ୍ରୀମଣ୍ଡଳର ମଞ୍ଜୁରୀ

ଏୟାର ଇଣ୍ଡିଆର ବିକ୍ରି ପାଇଁ ସେୟାର କିଣିବାକୁ ଏକ୍ସପ୍ରେସନ ଅଫ ଇଣ୍ଟରନେଟ(EOI)କୁ ମଞ୍ଜୁରୀ । ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ମନ୍ତ୍ରୀମଣ୍ଡଳ ଏନେଇ ସହମତି ଜଣାଇଛନ୍ତି ।

Group of Ministers approve Expression of Interest
ଏୟାର ଇଣ୍ଡିଆ ବିକ୍ରି

ନୂଆଦିଲ୍ଲୀ: ବିକ୍ରି ହେବ ଏୟାର ଇଣ୍ଡିଆ । କମ୍ପାନୀରେ ବିନିବେଶ ପାଇଁ ଏକ୍ସପ୍ରେସନ ଅଫ ଇଣ୍ଟ୍ରେଷ୍ଟ (EOI)କୁ ମଞ୍ଜୁରୀ । ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ମନ୍ତ୍ରୀମଣ୍ଡଳ ଏନେଇ ଗ୍ରୀନ ସିଗନାଲ ଦେଇଛି ।

ଏୟାର ଇଣ୍ଡିଆ ସେୟାର କ୍ରୟକୁ ନେଇ ମଞ୍ଜୁର ଏହି EOIକୁ ଶୀଘ୍ର ଜାରି କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ।

ଏହା ପୂର୍ବରୁ ବିଭାଗୀୟ ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ଏୟାର ଇଣ୍ଡିଆ ଉପରେ ପାଖାପାଖୀ 80 ହଜାର କୋଟିର ଋଣ ଭାର ରହିଛି । ଏଣୁ ଏହାର ଘରୋଇକରଣ ସୁନିଶ୍ଚିତ । କାରଣ ଏହା ବ୍ୟତିତ ସରକାରଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।

ABOUT THE AUTHOR

...view details