ନୂଆଦିଲ୍ଲୀ: ଦୂର ନୁହିଁ ସେହି ଦିନ , ଯେବେ ଆପଣଙ୍କ ଚାରିପାଖରେ ରହିଥିବା କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗକୁ ମଧ୍ୟ ପ୍ରାକୃତିକ ଗ୍ୟାସରେ ପରିଚାଳିତ ହେବା ଦେଖିବେ । ଯଦି ସବୁ ଠିକ ରୁହେ , ତେବେ ଆପଣଙ୍କ ଘର ଓ ଗାଡିରେ ବ୍ୟବହୃତ ପ୍ରାକୃତିକ ଗ୍ୟାସ ଦାମ ବି ହ୍ରାସ ହେବ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ କହିଛନ୍ତି ।
ଘର ହେଉ କି ଉଦ୍ୟୋଗ, ସୁଲଭ ଦାମରେ ମିଳିବ ପ୍ରାକୃତିକ ଗ୍ୟାସ - gas-based economy
ଉପଭୋକ୍ତାଙ୍କୁ ସୁଲଭ ଦାମରେ ପ୍ରାକୃତିକ ଗ୍ୟାସ ଉପଲବ୍ଧ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ଫଳରେ କମ ଟଙ୍କାରେ ଆପଣଙ୍କ ପାଖରେ ଗ୍ୟାସ ପହଞ୍ଚିପାରିବ । ଅଧିକ ପଢନ୍ତୁ..
ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ଆନ୍ତର୍ଜାତୀୟ ଏନର୍ଜି ଏଜେନ୍ସି ଦ୍ବାରା ମିଳିତ ଭାବେ ଆୟୋଜିତ ଏକ ୱେବିନାରକୁ ସମ୍ବୋଧିତ କରି ଧର୍ମେନ୍ଦ୍ର କହିଛନ୍ତି କି, ପ୍ରକୃତରେ ଆମର ଦୈନନ୍ଦିନ ଜୀବନ ଠୁ ଆରମ୍ଭ କରି ଉଦ୍ୟୋଗ ଓ ଆର୍ଥିକ ଗତିବିଧି ଉର୍ଜା ଉତ୍ସ ଦ୍ବାରା ପରିଚାଳିତ ହୋଇଥାଏ । ଉତ୍ସର ଏହି ମହତ୍ତ୍ୱକୁ ଚିହ୍ନି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ , ପ୍ରାକୃତିକ ଗ୍ୟାସ ଉପଲବ୍ଧତାକୁ ସୁନିଶ୍ଚିତ ନେଇ ପ୍ରୟାସ କରିବା ସହ ତାହାକୁ ସାଧାରଣ ନାଗରିତ ଓ ଉଦ୍ୟୋଗ ପାଇଁ ସୁଲଭ କରିବାକୁ ଏହାର ମୂଲ୍ୟ ନିର୍ଦ୍ଧାରଣକୁ ପୁନର୍ବାର ସମୀକ୍ଷା କରୁଛି ।
ଏଥିସହ ସରକାର ଶୀଘ୍ର ପ୍ରାକୃତିକ ଗ୍ୟାସର ପରିବହନ ଖର୍ଚ୍ଚକୁ କମ କରିବାକୁ ଯାଉଛନ୍ତି । ଏଥିପାଇଁ ମନ୍ତ୍ରାଳୟ ପକ୍ଷରୁ ବହୁମୁଖୀ ଉଦ୍ୟମ କରାଯାଇଛି । ଏତତବାଦ ପ୍ରଧାନ ଜଣାଇଛନ୍ତି କି , ‘‘ଭାରତ ଏସିଆରେ ଉର୍ଜା ଆଧାରିତ ବିକାଶର ନେତୃତ୍ବ ନେଉଛି। କୋଭିଡ-19 ଦ୍ବାରା ସୃଷ୍ଟି ଚ୍ୟାଲେଞ୍ଜ ମଧ୍ୟରେ ବି ମୋଦି ସରକାର ପାଇପଲାଇନ ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ ନିରନ୍ତର ପ୍ରୟାସ କରୁଛନ୍ତି । ଆଜି ଦେଶର ଏନାର୍ଜି ଇକୋସିଷ୍ଟମରେ ପ୍ରାକୃତିକ ଗ୍ୟାସର ଭାଗିଦାରୀ 6.3 ପ୍ରତିଶତ ରହିଛି । ଆମେ ଏହାକୁ 2030 ସୁଦ୍ଧା ବଢାଇ 15 ପ୍ରତିଶତ କରିବା ଲାଗି ଲକ୍ଷ୍ୟ ରଖିଛୁ । ’’