ନୂଆଦିଲ୍ଲୀ: ଆଗାମୀ ବଜେଟରେ ରାଷ୍ଟ୍ରାୟତ ବ୍ୟାଙ୍କକୁ ମିଳିବନି ଅତିରିକ୍ତ ପୁଞ୍ଜି। ଏହା ପରିବର୍ତ୍ତେ ବ୍ୟାଙ୍କର ଅନାଦେୟ ଋଣ(ଏନପିଏ) ଆଦାୟ ସହ ପୁଞ୍ଜି ଏକତ୍ର ପାଇଁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ବଜାରରୁ ଋଣ ଉଠାଇବା ପାଇଁ ବ୍ୟାଙ୍କକୁ ପରାମର୍ଶ ଦିଆଯାଇପାରେ। ଏହା ବ୍ୟତୀତ ବିକଳ୍ପ ଭାବେ ବ୍ୟାଙ୍କ ତାର ଆବଶ୍ୟକତା ଅନୁଯାୟୀ ନିଜ ଅଣକୋର କାରବାର ବିକ୍ରି କରିପାରିବ।
2020-21 ଆର୍ଥିକ ବର୍ଷ ପାଇଁ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବେ। ଏହି ବର୍ଷ ଏନସିଏଲଟି ଏବଂ ଅଣଏନସିଲିଟି ମାମଲାରେ ଋଣ ପ୍ରତିକାର ପ୍ରକ୍ରିୟା ତ୍ବରାନ୍ବିତ ହେବ। ଫଳରେ ବ୍ୟାଙ୍କ ବୁଡିଥିବା ଯାଇଥିବା ଟଙ୍କାକୁ ଅସୁଲ କରିପାରିବେ।