ଓଡିଶା

odisha

ETV Bharat / business

କୋଟିଏ କ୍ୟାସରେ ଗଣିବେ ଟ୍ୟାକ୍ସ

କେବଳ ଏକ ନୁହେଁ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ମିଶାଇଲେ ବି ଯଦି ଆପଣ ବାର୍ଷିକ କୋଟିଏ କିମ୍ବା ତା ଠାରୁ ଅଧିକ ଟଙ୍କା ଉଠାନ୍ତି ତେବେ ଗଣିବେ 2 ପ୍ରତିଶତ ଟିଡିଏସ । ଗୁରୁବାର ଲୋକସଭାରେ ଅର୍ଥ ବିଲ ପାସବେଳେ ଏ ନେଇ ସଂଶୋଧନ ନିୟମ ଅଣାଯାଇଛି ।

ପ୍ରତିକାତ୍ମକ ଫଟୋ

By

Published : Jul 20, 2019, 3:16 PM IST


ନୂଆଦିଲ୍ଲୀ: ବାର୍ଷିକ କୌଣସି ଏକ ବ୍ୟାଙ୍କ ଆକାଉଣ୍ଟରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଉଠାଣ ଉପରେ 2 ପ୍ରତଶତ ଟିଡିଏସ କଟିବ । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଭାଷଣ ପଢିବାବେଳେ ଘୋଷଣା କରିଥିଲେ । ହେଲେ ଏହି ନିଷ୍ପତ୍ତିରେ ସଂଶୋଧନ ଆଣିଛନ୍ତି ସରକାର ।

କୋଟିଏରୁ ଅଧିକ ଉଠାଣ ଉପରେ ଟ୍ୟାକ୍ସ ଗଣିବାକୁ ପଡିବ ଜାଣି ଟିକସ ଦାତା ମଧ୍ୟ ଏକାଧିକ ଆକାଉଣ୍ଟ ଉପଯୋଗର ଏକ ଉପାୟ ବାଛିଥିଲେ । ହେଲେ ସେମାନଙ୍କ ଏହି ଉପାୟକୁ ଭଣ୍ଡୁର କରିଦେଇଛନ୍ତି ସରକାର । ନୂଆ ସଂଶୋଧନ ଆଇନ ଅନୁଯାୟୀ କେବଳ ଗୋଟିଏ ନୁହେଁ ବାର୍ଷିକ ଯଦି ଆପଣ ଏକାଧିକ ଆକାଉଣ୍ଟରୁ ଟଙ୍କା ଉଠାନ୍ତି ।

ଆଉ ସେସବୁକୁ ମିଶାଇଲେ କୋଟିଏ କିମ୍ବା ତା ଠାରୁ ଊର୍ଦ୍ଧ୍ବ ହୁଏ, ତା ଉପରେ ମଧ୍ୟ 2 ପ୍ରତିଶତ ଟିଡିଏସ କଟାଯିବ । ତେବେ ଏହାକୁ ବର୍ଷର ମୋଟ ଟିକସ ସହ ଗଣତି ହେବ । ଅର୍ଥାତ ଟିଡିଏସକୁ ଟ୍ୟାକ୍ସ ସ୍କେଲ ମଧ୍ୟରେ ଯୋଡାଯିବ । ଯେପରିକି ଟିକସଦାତା ଉପରେ ଅଧିକ କର ବୋଝ ପଡିବନି । ଏହି ନୂଆ ନିୟମକୁ ଚଳିତ ବର୍ଷ ସେପ୍ଟେମ୍ବର ପହିଲାରୁ ଲାଗୁ କରାଯିବ ।


ସରକାର ଚାହାଁନ୍ତି ଟ୍ୟାକ୍ସ ଲେସ ଇକୋନୋମିକ । ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହନ ଦେବା ସହ କଳା ଧନ ଉପରେ ରୋକ ଲଗାଇବାକୁ ସରକାର ଏପରି ପଦକ୍ଷେପ ନେଇଛନ୍ତି ।

ପ୍ରକାଶ ଥାଉ ଯେ, ଗୁରୁବାର ଲୋକସଭାରେ ଚଳିତ ଆର୍ଥିକ ବର୍ଷର ଅର୍ଥ ବିଲ ପାରିତ ହୋଇଛି । ଏଥିରେ ବଜେଟରେ ଗୃହିତ ବହୁ ଘୋଷଣାର ସଂଶୋଧନ କରି ନୂଆ ନିୟମକୁ ମଞ୍ଜୁରୀ ଦିଆଯାଇଛି । ବିଲରେ କୁହାଯାଇଛି ଏଯ, କୌଣସି ମଧ୍ୟ ଆର୍ଥିକ ସଂସ୍ଥାରୁ ବାର୍ଷିକ କୋଟିଏ କିମ୍ବା ତା ଠାରୁ ଅଧିକ ଟଙ୍କା ଉଠାଣ ଉପରେ 2 ପ୍ରତିଶତ ଟିଡିଏସ କଟିବ ।

ABOUT THE AUTHOR

...view details