ଓଡିଶା

odisha

By

Published : Oct 21, 2019, 1:55 PM IST

ETV Bharat / business

ବିକ୍ରି ହେବ ଏୟାରଇଣ୍ଡିଆ

ହାତରୁ ଖସିଲା ଏକମାତ୍ର ରାଷ୍ଟ୍ରାୟତ୍ତ ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆ। ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଗତି କରୁଥିବାରୁ କମ୍ପାନୀର ପୁରା 100 ପ୍ରତିଶତ ଅଂଶଧନ ବିକ୍ରି କରାଯିବ। ଏନେଇ ଆସନ୍ତା ମାସରୁ ନିଲାମ ଡକାଯିବ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବିକ୍ରି ହେବ ଦେଶର ଏକମାତ୍ର ରାଷ୍ଟ୍ରାୟତ୍ତ ବିମାନ ସେବା କମ୍ପାନୀ ‘ଏୟାର ଇଣ୍ଡିଆ’ । ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଗତିକରୁଥିବାରୁ କମ୍ପାନୀର ପୁରା 100 ପ୍ରତିଶତ ଅଂଶଧନ ବିକ୍ରି କରାଯିବ । ଏନେଇ ଆସନ୍ତା ମାସରୁ ନିଲାମ ଡକାଯିବ।


ଏକ ପ୍ରମୁଖ ଗଣମାଧ୍ୟମର ଖବର ମୁତାବକ, ଏୟାର ଇଣ୍ଡିଆକୁ କିଣିବା ପାଇଁ ଆଗ୍ରହୀ କମ୍ପାନୀ କିମ୍ବା ବ୍ୟକ୍ତି ନଭେମ୍ବରରୁ ଏଥି ପାଇଁ ଆବେଦନ କରିପାରିବେ। ବର୍ତ୍ତମାନ ଠାରୁ ବହୁ କମ୍ପାନୀ ଏହାକୁ କିଣିବାକୁ ଆଗ୍ରହ ଦେଖାଇଛନ୍ତି।

ବର୍ତ୍ତମାନ ଏୟାର ଇଣ୍ଡିଆ ଉପରେ ପ୍ରାୟ 58 ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ଏହା ବ୍ୟତିତ 2018-19ରେ କମ୍ପାନୀ ପ୍ରାୟ 84 ହଜାର କୋଟି ଟଙ୍କାର କ୍ଷତି ସହିଛି। ଏପରିକି ତେଲ କମ୍ପାନୀଙ୍କୁ ଇନ୍ଧନର ବକେୟା ରାଶି ପୈଠ କରିବାକୁ ଅକ୍ଷମ ଏୟାର ଇଣ୍ଡିଆ । ଅଧିକ ଅପରେଟିଙ୍ଗ ଫାଷ୍ଟ ଓ ଫରେନ ଏକ୍ସଚେଞ୍ଜ କ୍ଷତିରେ ଚାଲୁଥିବାରୁ କମ୍ପାନୀ କ୍ଷତିରେ ଚାଲିଛି।

ଚଳିତ ମାସ ଆରମ୍ଭରେ ଏୟାର ଇଣ୍ଡିଆ ପରିଚାଳନା ଟିମ ଏହାର ସମସ୍ତ ଟ୍ରେଡ ୟୁନିଅନ ସମସ୍ୟଙ୍କ ସହ ମିଶି ପ୍ରସ୍ତାବିତ ଘରୋଇକରଣ ନେଇ ଆଲୋଚନା କରିଥିଲେ । ଏପଟେ ନିଯୁକ୍ତି ହରାଇବା ଡରରେ ୟୁନିଅନ ପ୍ରସ୍ତାବିତ ଘରୋଇକରଣକୁ କର୍ମଚାରୀ ସଂଘ ବିରୋଧ କରିଛି । ବୁଧବାର ଏନେଇ ଏୟାରଇଣ୍ଡିଆ ବୋର୍ଡର ବୈଠକ ଅନୁଷ୍ଠିତ ହେବ।

ABOUT THE AUTHOR

...view details