ଓଡିଶା

odisha

ETV Bharat / business

ଶୀଘ୍ର ଜାରି ହେବ ରଣନୀତିକ ସେକ୍ଟର ତାଲିକା: ଅର୍ଥମନ୍ତ୍ରୀ - ରଣନୀତିକ ସେକ୍ଟର ତାଲିକା

ସରକାର ନୂତନ ପବ୍ଲିକ ସେକ୍ଟର ନୀତି ଘୋଷଣା କରିବେ । ଏଥିରେ ଏହା ସ୍ଥିର ହେବ ଯେ, କେଉଁ ସବୁ ରଣନୀତିର ସେକ୍ଟରରେ କେଉଁ ପବ୍ଲିକ ସେକ୍ଟର କମ୍ପାନୀ ରହିବ । ରଣନୀତିକ ସେକ୍ଟରରେ ସରକାରୀ ବେସରକାରୀ କମ୍ପାନୀଗୁଡିକୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ଦେବେ । ଅଧିକ ପଢନ୍ତୁ..

ଶୀଘ୍ର ଜାରି ହେବ ରଣନୀତିକ ସେକ୍ଟର ତାଲିକା  : ଅର୍ଥମନ୍ତ୍ରୀ
ଶୀଘ୍ର ଜାରି ହେବ ରଣନୀତିକ ସେକ୍ଟର ତାଲିକା : ଅର୍ଥମନ୍ତ୍ରୀ

By

Published : Aug 1, 2020, 7:59 PM IST

ନୂଆଦିଲ୍ଲୀ: ସରକାର ଶୀଘ୍ର ସାର୍ବଜନୀକ କ୍ଷେତ୍ର ପାଇଁ ଏକ ନୂଆ ଉଦ୍ୟୋଗ ( enterprises policy) ନୀତି ଆଣିବାକୁ ଯାଉଛନ୍ତି । ଯାହାକି ରଣନୀତିକ କ୍ଷେତ୍ରଗୁଡିକୁ ବାଖ୍ୟା କରିବ । ଶନିବାର ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ତେବେ ସରକାର ଘୋଷଣା କରିସାରିଛନ୍ତି କି କୌଣସି ରଣନୀତିକ ସେକ୍ଟରରେ 4 ରୁ ଅଧିକ ପିଏସୟୁ ବା ସାର୍ବଜନୀକ ଉଦ୍ୟୋଗ ରହିବ ନାହିଁ ।

କୋରୋନାରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବା ପାଇଁ ଘୋଷଣା କରିଥିବା ‘ ଆତ୍ମନିର୍ଭର ଭାରତ ’ ପ୍ୟାକେଜର ଶେଷ ପର୍ଯ୍ୟାୟରେ ରଣନୀତି ସେକ୍ଟର ପାଇଁ ନୂଆ ନିୟମ ଆଣିଥିଲେ । ନୂଆ ପରିଭାଷା ଅନୁସାରେ ଏହା ଅଧିନରେ ସାର୍ବଜନୀକ କ୍ଷେତ୍ର ସର୍ବାଧିକ 4ଚି କମ୍ପାନୀ ରହିବ । ଲୋକଙ୍କ ଆଗ୍ରହ, ଜାତୀୟ ସ୍ୱାର୍ଥ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ରଣନୀତିକ କ୍ଷେତ୍ରର ଏକ ତାଲିକା ପ୍ରସ୍ତୁତ କରାଯିବ। ଯେଉଁ କମ୍ପାନୀଗୁଡିକ ଏହି କ୍ଷେତ୍ରର ବାହାରେ ରହିଛନ୍ତି ସେମାନଙ୍କୁ ଘରୋଇକରଣ ତଥା ମିଶ୍ରଣ କରିବାର ସୁଯୋଗ ଦିଆଯିବ।

ତେବେ ଏହି ରଣନୀତିକ କ୍ଷେତ୍ରର ସୂଚୀ ବିଷୟରେ ସମ୍ବାଦଦାତା ପଚାରିବାରୁ ସୀତାରମଣ କହିଛନ୍ତି କି, ‘‘ଆମେ ଏହା ଉପରେ କାମ କରୁଛୁ । ଏହାକୁ ଶୀଘ୍ର ମନ୍ତ୍ରୀମଣ୍ଡଳ ପାଖକୁ ପଠାଯିବା ଦରକାର । ’

ଅର୍ଥମନ୍ତ୍ରୀ ଆତ୍ମନିର୍ଭର ପ୍ୟାକେଜର ଘୋଷଣା କରି କହିଥିଲେ କି, ଆମେ ନୂଆ ପବ୍ଲିକ ସେକ୍ଟର ନୀତି ଆଣବାକୁ କରିବାକୁ ଯାଉଛୁ । ଯେପରି ଏକ ଆତ୍ମନିର୍ଭର ଭାରତକୁ ଏକ ସୁସଙ୍ଗଠିକ ନୀତିର ଆବଶ୍ୟକତା ରହିଛି । ସମସ୍ତ କ୍ଷେତ୍ରକୁ ଘରୋଇ ସେକ୍ଟର ପାଇଁ ମଧ୍ୟ ଖୋଲାଯିବ । ରଣନୀତିକ ସେକ୍ଟରରେ ସରକାର ବେସରକାରୀ କମ୍ପାନୀଗୁଡିକୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ଦେବେ । ଅନ୍ୟ ସେକ୍ଟରରେ PSU କମ୍ପାନୀଗୁଡିକ ମିଶ୍ରଣ ହେବ ।

ABOUT THE AUTHOR

...view details