ଓଡିଶା

odisha

By

Published : Jan 27, 2020, 4:48 PM IST

ETV Bharat / business

ବଜେଟ 2020: ଅଢେଇ ଲକ୍ଷ କୋଟି ଟଙ୍କା କମିବ ରାଜସ୍ବ !

ଚଳିତ ଆର୍ଥିକ ବର୍ଷ କରରୁ ଆଦାୟ ରାଜସ୍ବ ଲକ୍ଷ୍ୟ ଠାରୁ 2.5 ଲକ୍ଷ କୋଟି ଟଙ୍କା ହ୍ରାସ ହୋଇପାରେ । ଏହି କାରଣରୁ  ବଜେଟରେ ବ୍ୟକ୍ତି ଆୟକରରେ ରିହାତି ବିକଳ୍ପ ସୀମୀତ ହୋଇଯାଇଛି । ଅଧିକ ପଢନ୍ତୁ:

govt stares at tax shortfall of rs 2 lakh cr room for personal income tax relief limited
ବଜେଟ 2020: ଅଢେଇ ଲକ୍ଷ କୋଟି ଟଙ୍କା କମିବ ରାଜସ୍ବ


ନୂଆଦିଲ୍ଲୀ: ଧୀମା ଅର୍ଥବ୍ୟବସ୍ଥା ଯୋଗୁଁ କମିବ ଆୟ । ଚଳିତ ଆର୍ଥିକ ବର୍ଷ କରରୁ ଆଦାୟ ରାଜସ୍ବ ଲକ୍ଷ୍ୟ ଠାରୁ 2.5 ଲକ୍ଷ କୋଟି ଟଙ୍କା ହ୍ରାସ ହୋଇପାରେ । ଏହି କାରଣରୁ ବଜେଟରେ ବ୍ୟକ୍ତି ଆୟକରରେ ରିହାତି ବିକଳ୍ପ ସୀମୀତ ହୋଇଯାଇଛି ।

ଏହି ମାମଲା ସହ ଜଡିତ ପ୍ରତ୍ୟକ୍ଷ ସୁତ୍ର କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ବ୍ୟକ୍ତିଗତ ଆୟକର ତଥା କର୍ପୋରେଟ ଆୟକରରୁ ଆଦାୟ ରାଜସ୍ବ ପ୍ରାୟ ଅଢେଇ ଲକ୍ଷ କୋଟି ଟଙ୍କା କମ ରହିବ । ଏହା ବ୍ୟତିତ ଅର୍ଥବ୍ୟବସ୍ଥାରେ ଜାରି ଧୀମାପଣ ଯୋଗୁଁ ଦ୍ରବ୍ୟ ଓ ସେବା କରରୁ ସଂଗ୍ରହ ହେଉଥିବା ପରୋକ୍ଷ କର ରାଜସ୍ବ ଲକ୍ଷରୁ ମଧ୍ୟ 50 ହଜାର କୋଟି ଟଙ୍କା କମ ରହିପାରେ ।

ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବା ପାଇଁ ନିର୍ମଳା ସୀତାରମଣ ଗତ ବର୍ଷ ସେପ୍ଟେମ୍ବରରେ କର୍ପୋରେଟ ଆୟକର ସ୍ଲାବରେ ରିହାତି ନେଇ ଘୋଷଣା କରିଥିଲେ । ଏଥିରୁ ଆଶା ରହିଥିଲା କି ବଜେଟରେ ମଧ୍ୟ ବ୍ୟକ୍ତିଗତ ଆୟକର ପାଇଁ ମଧ୍ୟ ଏଭଳି ଆଶ୍ବସ୍ତିର ଘୋଷଣା କରିପାରନ୍ତି ।

ପ୍ରକାଶ ଯେ, 28 ବର୍ଷର ରେକର୍ଡ ଭାଙ୍ଗି ପ୍ରଥମ ଥର କର୍ପୋରେଟ ଟିକସରେ ଏତେ ବଡ ରିହାତି ଦିଆଯାଇଛି । ଯେଉଁଥିପାଇଁ ସରକାରୀ ରାଜକୋଷ ଉପରେ 1.45 ଲକ୍ଷ କୋଟି ଟଙ୍କାର ବୋଝ ପଡିଥିଲା । ଏହା ବ୍ୟତିତ ସରକାର ବିଦେଶୀ ପୋର୍ଟଫୋଲିୟୋ ନିବେଶକ ତଥା ଘରୋଇ ସଂସ୍ଥାଗତ ନିବେଶକଙ୍କୁ ଦୀର୍ଘ ଏବଂ ସ୍ବଳ୍ପ ଅବଧିର ପୁଞ୍ଜିଗତ ଆୟ ଉପରେ ଅଧିଶେଷକୁ ମଧ୍ୟ ଫେରସ୍ତ ପାଇଁ ଘୋଷଣା କରିଛନ୍ତି । ଏଥିଯୋଗଉଁ ରାଜକୋଷ ଉପରେ 1,400 କୋଟି ଟଙ୍କାର ଅଧିକା ଲୋଡ ପଡିଛି ।

ଏ ସବୁକୁ ବିଚାର କରି ପୂର୍ବତନ ଆର୍ଥିକ ସଚିବ ସୁବାଷ ଚନ୍ଦ୍ର ଗର୍ଗ ନିଜ ବ୍ଲଗରେ ପୋଷ୍ଟରେ ଲେଖିଛନ୍ତି କି, ‘‘କର ରାଜସ୍ବ ଦୃଷ୍ଟିରୁ 2019-20 ଏକ ଖରାପ ଆର୍ଥିକ ବର୍ଷ ପ୍ରମାଣ ହେବାକୁ ଯାଉଛି । କର ରାଜସ୍ବ ସଂଗ୍ର ଲକ୍ଷରୁ ଅଢେଇ ଲକ୍ଷ କୋଟି(ଜିଡିପିର 1.2 ପ୍ରତିଶତ) କମ ରହିବା ସମ୍ଭାବନା ରହିଛି । ’

ABOUT THE AUTHOR

...view details