ଓଡିଶା

odisha

By

Published : Feb 28, 2021, 6:05 AM IST

ETV Bharat / business

ସର୍ବନିମ୍ନ 50 ଲକ୍ଷ ୟୁଜର୍ସ ହେଲେ ମିଳିବ ସୋସିଆଲ ମିଡିଆ ଟ୍ୟାଗ

ବଦଳିଲା ସୋସିଆଲ ମିଡିଆ ପରିଭାଷା । କେନ୍ଦ୍ର ସରକାର ଭାରତରେ ଏକ ଗୁରୁତ୍ବପୂର୍ଣ୍ଣ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ପାଇଁ 50 ଲକ୍ଷ ୟୁଜର୍ସ ସୀମା ନିର୍ଦ୍ଧାରଣ କରିଛନ୍ତି । ଅଧିକ ପଢନ୍ତୁ..

ସର୍ବନିମ୍ନ 50 ଲକ୍ଷ ୟୁଜସ ହେଲେ ମିଳିବ ସୋସିଆଲ ମିଡିଆ ଟ୍ୟାଗ
ସର୍ବନିମ୍ନ 50 ଲକ୍ଷ ୟୁଜସ ହେଲେ ମିଳିବ ସୋସିଆଲ ମିଡିଆ ଟ୍ୟାଗ

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ ପ୍ଲାଟଫର୍ମର ପରିଭାଷାରେ ଧାର୍ଯ୍ୟ କଲେ ସରକାର । ସର୍ବନିମ୍ନ 50 ଲକ୍ଷ ୟୁଜର (ଉପଭୋକ୍ତା) ସହ ପରିଚୟ ପାଇବ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ।

ଏହି ପରିଭାଷା ରେ ଆସିଥିବା ଥିବା କମ୍ପାନୀକୁ ନୂଆ ଆଇଟି ନିୟମ ଅଧିନରେ ନିଜ ନିଜର ସୋସିଆଲ ମିଡିଆ ପ୍ଲାର୍ଟଫର୍ମର ଦୂରୁପଯୋଗ ରୋକିବା ପାଇଁ ଅତିରିକ୍ତ ସାବଧନତା ପାଳିବାକୁ ହେବ ।

ଏହି ସପ୍ତାହର ଆରମ୍ଭରେ ଘୋଷିତ ନୂଆ ନିୟମ ଅଧିନରେ ଗୁରୁତ୍ବପୂର୍ଣଣ ସେସିଆଲ ମିଡିଆ ପ୍ଲାର୍ଟଫର୍ମକୁ ମୁଖ୍ୟ କମ୍ପ୍ଲେନ୍ସ ଅଫିସର, ନୋଡାଲ କଣ୍ଟାକ୍ଟ ପର୍ସନ୍ ଏବଂ ରେସିଡେଣ୍ଟ ଅଭିଯୋଗ ଅଧିକାରୀଙ୍କ ନିଯୁକ୍ତି ସହିତ ଅତିରିକ୍ତ ନିୟମ ପାଳନ କରିବାକୁ ପଡିବ । ଏଥିରେ ଏହି ସର୍ତ୍ତ ରହିଛି ଯେ ଏହି ତିନି ଅଧିକାରୀଙ୍କୁ ଭାରତରେ ରହିବାକୁ ପଡ଼ିବ । ଏଥିସହ ସେମାନଙ୍କୁ ମାସିକ

ଅନୁପାଳନ ରିପୋର୍ଟ ଓ ଲଗାତାର ହଟାଯାଉଥିବା କଣ୍ଟେଟର ବିବରଣୀ ପ୍ରକାଶିତ କରିବାକୁ ହେବ ।

ଏବେ ଦେଶରେ ହ୍ବାଟସଆପର 53 କୋଟି, ୟୁଟ୍ୟୁବର 44.8 କୋଟି , ଫେସବୁକର 41 କୋଟି , ଇନଷ୍ଟାଗ୍ରାମର 21 ଓ ଟ୍ବିଟରର 1.75 କୋଟି ଆକାଉଣ୍ଟଧାରୀ ଅଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି କି କେନ୍ଦ୍ର ସରକାର ଭାରତରେ ଏକ ଗୁରୁତ୍ବପୂର୍ଣ୍ଣ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ପାଇଁ 50 ଲକ୍ଷ ୟୁଜସ ସୀମା ନିର୍ଦ୍ଧାରଣ କରିଛନ୍ତି । ଏହା ପୂର୍ବରୁ ସୋସିଆଲ ମିଡିଆ ଏବଂ ଷ୍ଟ୍ରିମିଂ କମ୍ପାନୀଗୁଡିକର ନିୟମକୁ କଡାକଡି କରିବାକୁ ସରକାର ଗୁରୁବାର ଘୋଷଣା କରିଛନ୍ତି । ପ୍ରକାଶିତ ବିଷୟବସ୍ତୁ ପାଇଁ ଫେସବୁକ୍, ହ୍ବାଟସଆପ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଅଧିକ ଉତ୍ତରଦାୟୀ କରିବାକୁ ଏହି ପଦକ୍ଷେପ ଲକ୍ଷ୍ୟ ରହିଛି ।

ABOUT THE AUTHOR

...view details