ଓଡିଶା

odisha

ETV Bharat / business

ଏଣିକି SMS ଜରିଆରେ ଦାଖଲ କରନ୍ତୁ ଶୂନ୍ୟ ଜିଏସଟି ରିଟର୍ଣ୍ଣ - ଶୂନ୍ୟ ଜିଏସଟି ରିଟର୍ଣ୍ଣ ଦାଖଲ

ଏସଏମଏସ ଜରିଆରେ ଫର୍ମ GSTR-3Bରେ ମାସିକ ଶୂନ୍ୟ ଜିଏସଟି ରିଟର୍ଣ୍ଣ ଦାଖଲ କରିବା ସୁବିଧାକୁ କାର୍ଯ୍ୟକାରୀ କରିଛନ୍ତି ସରକାର । ଏହା ଦ୍ବାରା ପ୍ରାୟ 22 ଲକ୍ଷ ପଞ୍ଜିକୃତ କରଦାତାଙ୍କୁ ଲାଭ ମିଳିବ । ଅଧିକ ପଢନ୍ତୁ..

govt rolls out facility of filing of nil gst return through sms
ଏଣିକି SMS ଜରିଆରେ ଦାଖଲ କରନ୍ତୁ ଶୂନ୍ୟ ଜିଏସଟି ରିଟର୍ଣ୍ଣ

By

Published : Jun 9, 2020, 7:29 PM IST

ନୂଆଦିଲ୍ଲୀ: ଶୂନ୍ୟ ମାସିକ ଜିଏସଟି ରିଟର୍ଣ୍ଣ ଦାଖଲ କରୁଥିବା କରଦାତାଙ୍କ ପାଇଁ ଏସଏମଏସ ସେବା ଆରମ୍ଭ କଲେ ସରକାର । କରଦାତାଙ୍କ ସୁବିଧା ପାଇଁ ଏହି ସେବା କାର୍ଯ୍ୟକାରୀ ନେଇ ସୋମବାର ଘୋଷଣା କରାଯାଇଛି । ଏହା ଦ୍ବାରା ପ୍ରାୟ 22 ଲକ୍ଷ ପଞ୍ଜିକୃତ କରଦାତାଙ୍କୁ ଲାଭ ମିଳିବ ।

ସେଣ୍ଟ୍ରାଲ ବୋର୍ଡ ଅଫ୍ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ (ସିବିଆଇସି) ଏକ ବିବୃତ୍ତିରେ କହିଛି ଯେ ଟିକସଦାତାଙ୍କ ସୁବିଧା ପାଇଁ ଏକ ବଡ ପଦକ୍ଷେପ ନେଇ ସରକାର ସୋମବାର ଠାରୁ ଜିଏସଟି -3 ବି ଫର୍ମରେ ଶୂନ୍ୟ ଜିଏସଟି ମାସିକ ରିଟର୍ଣ୍ଣ ପୂରଣ କରିବାକୁ ଅନୁମତି ଦେଇଛନ୍ତି। "

ଏହା 22 ଲକ୍ଷ ପଞ୍ଜୀକୃତ ଟିକସଦାତାଙ୍କ ପାଇଁ ଜିଏସଟି ଅନୁପାଳନରେ ସୁଧାର ଆଣିବ । ପୂର୍ବରୁ ଏମାନେ ସେୟାର ହୋଇଥିବା ପୋର୍ଟାଲରେ ନିଜ ଆକାଉଣ୍ଟରେ ଲଗଇନ କରି ପ୍ରତିମାସରେ ରିଟର୍ଣ୍ଣ ଦାଖଲ କରିବାକୁ ପଡୁଥିଲା। ତେବେ ବର୍ତ୍ତମାନ ନିଲ ଅର୍ଥାତ ଆଦୌ କୌଣସି ଦେୟ ନଥିବା କ୍ଷେତ୍ରରେ ଟିକସଦାତାମାନେ ପଞ୍ଜିକୃତ ମୋବାଇଲ ନମ୍ବରରେ ଏସଏମଏସ ଜରିଆରେ ଶୂନ୍ୟ ରିଟର୍ଣ୍ଣ ଦାଖଲ କରିପାରିବେ । ପଞ୍ଜୀକୃତ ମୋବାଇଲ୍ ନମ୍ବର ଆଧାରିତ ୱାନ ଟାଇମ ପାସୱାର୍ଡ (OTP) ସୁବିଧା ମାଧ୍ୟମରେ ଉକ୍ତ ରିଟର୍ଣ୍ଣର ଯାଞ୍ଚ କରାଯିବ ।

ସିବିଆଇସି କହିଛି, ଜିଏସଟିଏନ ପୋର୍ଟାଲରେ ଶୂନ୍ୟ ଫର୍ମ GSTR-3B କିପରି ପୂରଣ ହେବ ସେ ସମ୍ବନ୍ଧରେ ସମସ୍ତ ସୂଚନା ଉପଲବ୍ଧ ରହିଛି । ପ୍ରକାଶ ଯେ, ଜିଏସଟି ଅଧିନରେ 1.22 କୋଟି ୟୁନିଟ ପଞ୍ଜିକୃତ ।

ABOUT THE AUTHOR

...view details