ଓଡିଶା

odisha

By

Published : Jun 23, 2020, 8:46 PM IST

ETV Bharat / business

ଅର୍ଥନୀତିକୁ ବଳ ଦେଇଛି ସରକାର ଓ ଆରବିଆଇର ପଦକ୍ଷେପ: ଅର୍ଥ ମନ୍ତ୍ରଣାଳୟ

କୋରୋନା ସଙ୍କଟରୁ ମୁକୁଳିବା ପାଇଁ ସରକାର ଓ ଆରବିଆଇ ଗ୍ରହଣ କରିଥିବା ପଦକ୍ଷେପ ଅର୍ଥନୀତିକୁ ବଳ ଦେଉଛି । ଆଗକୁ ମଧ୍ୟ ଅର୍ଥନୀତି ମଜବୁତ ରହିବା ଆଶା ରହିଛି । ଅଧିକ ପଢନ୍ତୁ..

ଅର୍ଥନୀତିକୁ ବଳ ଦେଇଛି ସରକାର ଓ ଆରବିଆଇ ପଦକ୍ଷେପ: ଅର୍ଥମନ୍ତ୍ରାଳୟ
ଅର୍ଥନୀତିକୁ ବଳ ଦେଇଛି ସରକାର ଓ ଆରବିଆଇ ପଦକ୍ଷେପ: ଅର୍ଥମନ୍ତ୍ରାଳୟ

ନୂଆଦିଲ୍ଲୀ: କୃଷି, ବିନିର୍ମାଣ, ସେବା କ୍ଷେତ୍ରର ସ୍ଥିତିରେ ସୁଧାର ଆରମ୍ଭ ହେଉଛି । ମଙ୍ଗଳବାର ଏନେଇ ସଙ୍କେତ ଦେଇ ଅର୍ଥମନ୍ତ୍ରଣାଳୟ କହିଛି କି, ସରକାର ଓ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଅର୍ଥବ୍ୟବସ୍ଥାରେ ନୂଆ ଶକ୍ତି ସଞ୍ଚାର ଓ କ୍ଷତିକୁ ସିମିତ ରଖିବାରେ ସାହାଯ୍ୟ କରିବ ।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି କି, ଭାରତୀୟ ଅର୍ଥବ୍ୟବସ୍ଥାରେ ମୂଳ ଆଧାର କୃଷି । ତେବେ ଏହି ବର୍ଷ ବର୍ଷା ସ୍ବଭାବିକ ରହିବା ସ୍ଥିତିକୁ ଦେଖିବାକୁ ଗଲେ ଅର୍ଥବ୍ୟବସ୍ଥାକୁ ବଳ ମିଳିବା ଆଶା ରହିଛି । ଯଦିଓ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ଏହି ସେକ୍ଟରର ଯୋଗଦାନ ଉଦ୍ୟୋଗ ଓ ସେବା କ୍ଷେତ୍ର ତୁଳନାରେ କମ ରହିଛି ହେଲେ କୃଷି କ୍ଷେତ୍ରରେ ବୃଦ୍ଧିର ପ୍ରଭାବ ପରୋକ୍ଷ ଭାବେ ଅଭିବୃଦ୍ଧିରେ ସହଯୋଗ କରିବ ।

ଏଥିସହ କୃଷି କ୍ଷେତ୍ରରେ ନିକଟରେ କରାଯାଇଥିବା ଐତିହାସିକ ସୁଧା ଘୋଷଣା ଏହି କ୍ଷେତ୍ରରେ ଯୋଗାଣ ଶୃଙ୍ଖଳା ସୃଷ୍ଟି ସହ ଚାଷୀଙ୍କୁ ଉନ୍ନତ ଆୟ ଯୋଗାଇବ । ଏଥିସହ ଅର୍ଥବ୍ୟବସ୍ଥା ସ୍ଥିତିରେ ସୁଧାର ଆରମ୍ଭ ନେଇ ସଙ୍କେତ ଦେଖିବାକୁ ମିଳୁଛି । ମେ ଓ ଜୁନ ମାସ ମଧ୍ୟରେ ବାସ୍ତବିକ ଗତିବିଧି ସହ ଜଡିତ ସଙ୍କେତରୁ ଏହି ଆଭାସ ମିଳିଛି ବୋଲି ବିବୃତ୍ତିରେ କୁହାଯାଇଛି ।

ମନ୍ତ୍ରଣାଳୟ କହିଛି କି, "ସରକାର ଏବଂ ରିଜର୍ଭ ବ୍ୟାଙ୍କ ଦ୍ରୁତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ଉଭୟ ସ୍ୱଳ୍ପ ମିଆଦି ଏବଂ ଦୀର୍ଘ ମିଆଦି ପଦକ୍ଷେପ ନିଆଯାଇଛି । ସର୍ବନିମ୍ନ କ୍ଷତି ସହ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ଉପଯୁକ୍ତ ଉପାୟ କରାଯାଇଛି। ଗଠନମୂଳକ ସଂସ୍କାର ଏବଂ ସାମାଜିକ କଲ୍ୟାଣମୂଳକ ଉପାୟ- ଉଭୟ ସ୍ତରରେ ସରକାରଙ୍କ ପ୍ରତିବଦ୍ଧତା ଅର୍ଥନୀତିରେ ଉନ୍ନତିର ଲକ୍ଷଣକୁ ଆହୁରି ଦୃଢ କରିବ ।

ABOUT THE AUTHOR

...view details