ଓଡିଶା

odisha

By

Published : May 14, 2020, 10:10 PM IST

ETV Bharat / business

ମୁଦ୍ରା ଶିଶୁ ଋଣଗ୍ରହୀତାଙ୍କୁ 1500 କୋଟି ଟଙ୍କା ସହାୟତା

ମୁଦ୍ରା ଶିଶୁ ଋଣ ଯୋଜନା ଅଧିନରେ ଋଣ ଗ୍ରହୀତାଙ୍କୁ ମିଳିବ ଉପଶମ । ୧୫ ହଜାରରୁ କମ ଋଣ ଥିବା ଲୋକଙ୍କୁ 2ପ୍ରତିଶତ ସୁଧ ଛାଡ କରାଯିବ । ଅଧିକ ପଢନ୍ତୁ...

Govt provides 2% interest subvention for prompt Mudra-Shishu loan repayments
ମୁଦ୍ରା ଶିଶୁ ଋଣଗ୍ରହୀତାଙ୍କୁ 1500 କୋଟି ଟଙ୍କା ସହାୟତା

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ଘୋଷଣା ହୋଇଥିବା 20 ଲକ୍ଷ କୋଟି ପ୍ୟାକେଜର ଦ୍ବିତୀୟ ଦିନରେ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା । ଏହି ରିଲିଫ ପ୍ୟାକେଜରେ ଅର୍ଥମନ୍ତ୍ରୀ କ୍ଷୁଦ୍ର କାରବାରୀଙ୍କୁ ଦିଆଯାଉଥିବା ଋଣ ସୁଧରେ ରିହାତି (Interest Subvention) ଦେବାକୁ ଘୋଷଣା କରିଛନ୍ତି ।

ମୁଦ୍ରା ଶିଶୁ ଋଣ ଯୋଜନା ଅଧିନରେ ଋଣ ଗ୍ରହୀତାଙ୍କୁ ମିଳିବ ଉପଶମ । ୧୫ ହଜାରରୁ କମ ଋଣ ଥିବା ଲୋକଙ୍କୁ 2ପ୍ରତିଶତ ସୁଧ ଛାଡ କରାଯିବ । ମୁଦ୍ରା ଶିଶୁ ଯୋଜନା ଅଧିନରେ ଥିବା ଋଣଗ୍ରହୀତାଙ୍କୁ ଏହି ସୁବିଧା ମିଳିବ । ଏହି ଯୋଜନା ମାଧ୍ୟମରେ ୩ କୋଟି ଋଣ ଗ୍ରହୀତାଙ୍କୁ ଫାଇଦା ମିଳିବ । ଏଥିପାଇଁ ୧୫ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ମୁଦ୍ରା ଶିଶୁ ଋଣ ଯୋଜନା ଅଧିନରେ 1.62 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଦିଆଯାଇଛି ।

ମୁଦ୍ରା ଶିଶୁ ଋଣ

ମୁଦ୍ରା ଶିଶୁ ଲୋନ, ମୁଦ୍ରା ଯୋଜନାର ଏକ ଅଂଶ । ଯେଉଁ ଲୋକଙ୍କୁ କୌଣସି କାମ ଆରମ୍ଭ ପାଇଁ 50,000 ଟଙ୍କାର ଋଣ ଦରକାର ପଡିବ । ସେମାନଙ୍କୁ ମୁଦ୍ରା ଶିଶୁ ଋଣ ଯୋଜନା ଅଧିନରେ ଋଣ ଦିଆଯାଇଥାଏ ।

ABOUT THE AUTHOR

...view details