ନୂଆଦିଲ୍ଲୀ: ସ୍ବଦେଶୀ ସାମଗ୍ରୀର ଚାହିଦା ବୃଦ୍ଧି ଓ ଆମଦାନୀ ଉପରେ ନିର୍ଭରଶୀଳତା କମାଇବାକୁ ପ୍ରଚେଷ୍ଟା କରୁଛି ଭାରତ । ବିଶେଷ କରି ଚୀନ ଆମଦାନୀ ହ୍ରାସ କରିବାକୁ ନୂଆ ଯୋଜନା ଆରମ୍ଭ ପାଇଁ ଯୋଜନା କରୁଛନ୍ତି ସରକାର ।
ଏଥର ଲାପଟପ, କ୍ୟାମେରା, ପୋଷାକ ଏବଂ ଆଲୁମିନିୟମ ସାମଗ୍ରୀ ସମେତ ପ୍ରାୟ 20ଟି ପ୍ରଡକ୍ଟର ଆମଦାନୀ ଶୁଳ୍କ ବଢାଇବା ପାଇଁ ବିଚାର ହେଉଛି । ତେବେ ଯଦି ଆମାଦାନୀ ଶୁଳ୍କ ବୃଦ୍ଧି ହୁଏ ତେବେ ଏସବୁ ସାମଗ୍ରୀ ଦାମ ବୃଦ୍ଧି ହେବ । ଯାହା ଦ୍ବାରା ଆମଦାନୀ ହ୍ରାସ ହେବ ବୋଲି ଲକ୍ଷ୍ୟ ରହିଛି ।