ଓଡିଶା

odisha

ETV Bharat / business

3 ମାସ ଯାଏଁ କର୍ମଚାରୀଙ୍କୁ ଇପିଏଫରେ ମିଳିବ ରିହାତି, ନିୟମ ଲାଗୁ - EPF contribution cut

ଆଗାମୀ 3 ମାସ କର୍ମଚାରୀଙ୍କୁ ମିଳିବ ଅଧିକ ଦରମା । କାରଣ ଅଗଷ୍ଟ ପର୍ଯ୍ୟନ୍ତ ଇପିଏଫ ଯୋଗଦାନ 12ରୁ ହ୍ରାସ ପାଇ 10 ପ୍ରତିଶତ ରହିବ । ଏ ନେଇ ଆଜି ନିୟମ ଲାଗୁ କରାଯାଇଛି । ଅଧିକ ପଢନ୍ତୁ..

Govt implements cut in EPF contribution to 10% for May, Jun, July
କର୍ମଚାରୀଙ୍କୁ ମିଳିବ ଅଧିକ ଦରମା, ଇପିଏଫରେ ରିହାତି ନିୟମ ଲାଗୁ

By

Published : May 19, 2020, 4:53 PM IST

ନୂଆଦିଲ୍ଲୀ: ଆର୍ଥିକ ପ୍ୟାକେଜରେ ଘୋଷଣା ହୋଇଥିବା ଇପିଏଫ ପାଇଁ ରିହାତି ନିୟମ ଲାଗୁ କଲେ ସରକାର । ଏହା ଅନୁଯାୟୀ ଅଗଷ୍ଟ ମାସ ପର୍ଯ୍ୟନ୍ତ କର୍ମଚାରୀଙ୍କ ଇପିଏଫ ଯୋଗଦାନ 12ରୁ ହ୍ରାସ ପାଇଁ 10 ପ୍ରତିଶତ ରହିବ । ସରକାରୀ ସଂସ୍ଥାଗୁଡିକ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।

ତେବେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା 4.3 କୋଟି କର୍ମଚାରୀ ଘରକୁ ଅଧିକ ଦରମା ନେଇଯାଇ ପାରିବେ । କୋରୋନା ପ୍ରଭାବରେ ନଗଦ ସଙ୍କଟରେ ଜୁଝୁଥିବା ନିଯୁକ୍ତିଦାତା(କମ୍ପାନୀ)ଙ୍କୁ ଆଶ୍ବସ୍ତି ଦେବା ପାଇଁ ଅର୍ଥମନ୍ତ୍ରୀ ଆର୍ଥିକ ପ୍ୟାକେଜରେ ଏ ନେଇ ରିଲିଫ ଦେଇଥିଲେ ।

ଅନୁମାନ ରହିଛି କି ଏହି ନିର୍ଣ୍ଣୟ ଦ୍ବାରା ଆସନ୍ତା 3 ମାସରେ 6,750 କୋଟି ଟଙ୍କା ନଗଦ ବଢିବ ।

ଏହି ଇପିଏଫ ଯୋଗାଦାନରେ ହ୍ରାସ ନିୟମ ମେ , ଜୁନ ଓ ଜୁଲାଇ ଯାଏଁ କାର୍ଯ୍ୟାକାରୀ ହେବ । ତେବେ ଆଗକୁ ନିଯୁକ୍ତିଦାତାଙ୍କ ଯୋଗାଦାନ ମଧ୍ୟ ହ୍ରାସ ପାଇବ । ଫଳରେ କର୍ମଚାରୀଙ୍କ ଦରମା ମଧ୍ୟ ବଢିବ ।

ABOUT THE AUTHOR

...view details