ଓଡିଶା

odisha

ETV Bharat / business

ବକେୟା ଗଣୁଛି ଟେଲିକମ କମ୍ପାନୀ, ହରଡଘଣାରେ ଭୋଡାଫୋନ-ଆଇଡିଆ - ସ୍ପେକ୍ଟ୍ରମ ଦେୟ

ଟେଲିକମ କମ୍ପାନୀଙ୍କୁ ଚଡକ । ଭୋଡାଫୋନ ଓ ଆଇଡିଆ 3 ହଜାର କୋଟିର ସ୍ପେକ୍ଟ୍ରମ ଦେୟ ଦେଇଥିଲା ବେଳେ ଟାଟା ଟେଲିସର୍ଭିସେସ ବକେୟା ଏଜିଆର ବାବଦରେ 2000 କୋଟି ଟଙ୍କା ସରକାରଙ୍କୁ ପ୍ରଦାନ କରିଛି ।

Govt gets Rs 25,701 crore AGR, Tata Tele pays Rs 4,197 crore
ବକେୟା ଗଣୁଛି ଟେଲିକମ କମ୍ପାନୀ , ହରଡଘଣାରେ ଭୋଡାଫୋନ-ଆଇଡିଆ

By

Published : Mar 4, 2020, 3:01 PM IST

ନୂଆଦିଲ୍ଲୀ: ବକେୟା ଏଜିଆର(ମୋଟ ସନ୍ତୁଳିତ ରାଜସ୍ବ) ଦେୟ ଦେଇ ଅଣନିଶ୍ବାସୀ ଟେଲିକମ କମ୍ପାନୀ । ଏୟାରଟେଲ ପରେ ଏବେ ଟାଟା ଟେଲିସର୍ଭିସେସ ପାଖାପାଖି 2000 କୋଟି ଟଙ୍କା ପରିଶୋଧ କରିଛି । ପୂର୍ବରୁ ଟେଲକମ ବିଭାଗରୁ ଏହା ପ୍ରାୟ 2197 କୋଟି ଟଙ୍କା ଦେଇଥିଲା ।

ପ୍ରକାଶ ଯେ, ଟାଟା ଉପରେ ପାଖାପାଖି 14,000 କୋଟି ଟଙ୍କାର ଏଜିଆର ବକେୟା ରହିଥିଲା । ସେପଟେ ଭାରତୀ ଏୟାରଟେଲ ମଧ୍ୟ ଟେଲିକମ ବିଭାଗକୁ ଏଜିଆର ବକେୟା ସ୍ବରୂପ 18 ହଜାର କୋଟି ଟଙ୍କା ପ୍ରଦାନ କରିଛି ।

ଏପଟେ କିଛି ଟେଲିକମ କମ୍ପାନୀ ଗୁଡିକ ସ୍ପେକ୍ଟ୍ରମ ବକେୟାର କିସ୍ତି ଭାବେ ବିଭାଗକୁ ଟଙ୍କା ଦେଇଛନ୍ତି । ସଙ୍କଟରେ ବୁଡିଥିବା ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆ ବିଳମ୍ବିତ ସ୍ପେକ୍ଟ୍ରମ ବକେୟା ବାବଦରେ ଟେଲିକମ୍ ବିଭାଗକୁ 3,043 କୋଟି ଟଙ୍କା ପ୍ରଦାନ କରିଛି । ସେହିପରି ଭୋଡାଫୋନ୍ ଆଇଡିଆ ବ୍ୟତୀତ ଏୟାରଟେଲ 1,950 କୋଟି ଟଙ୍କା ଏବଂ ରିଲାଏନ୍ସ ଜିଓ 1,053 କୋଟି ଟଙ୍କା ଦେଇଛି ।

ଭୋଡାଫୋନ ଆଇଡିଆ ଦ୍ବାରା ସ୍ପେକ୍ଟ୍ରମ୍ ଦେୟ ପ୍ରଦାନ ଗୁରୁତ୍ବପୂର୍ଣ୍ଣ । କାରଣ କମ୍ପାନୀ ଉପରେ ପ୍ରାୟ 53,000 କୋଟି ଆଡଜଷ୍ଟଡ୍ ମୋଟ ରାଜସ୍ବ (AGR) ବକେୟା ଅଛି | କମ୍ପାନୀ ଏପର୍ଯ୍ୟନ୍ତ ଦୁଇଟି କିସ୍ତିରେ 3500 କୋଟି AGR ପ୍ରଦାନ କରିଛି ।

ABOUT THE AUTHOR

...view details