ନୂଆଦିଲ୍ଲୀ: ଆଶ୍ବସ୍ତିକର ଖବର ! ବଢିଲା ପାନ-ଆଧାର ଲିଙ୍କ ଅବଧି । କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ସରକାର ପାନ-ଆଧାର ଲିଙ୍କ ଅବଧିକୁ 3 ମାସ ବଢାଇଛନ୍ତି । ଯଦି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପାନ-ଆଧାର ଲିଙ୍କ ଅବଧି ନ କରନ୍ତି ତେବେ ଗଣିବାକୁ ହେବ 1000 ଟଙ୍କା ଜୋରିମାନା । ଏଣୁ ଟିକସଦାତାଙ୍କୁ ଶୀଘ୍ର ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦିଆଯାଇଛି ।
ଅବଧି ବଢିବା ସହ ୨୦୨୧ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପାନ-ଆଧାର ଲିଙ୍କ କରିପାରିବେ ଲୋକ । ଏ ନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି । ପୂର୍ବରୁ ଏହି ଡେଡଲାଇନ ଜୁନ 30 ଯାଏଁ ରହିଥିଲା ।
ଏହା ବ୍ୟତିତ ବିବାଦ ସେ ବିଶ୍ବାସ ସ୍କିମର ଅନ୍ତିମ ସମୟସୀମା ବଢାଇ ଅଗଷ୍ଟ 31 କରାଯାଇଛି । ସରକାରଙ୍କ ପକ୍ଷରୁ ଆୟକର ଟିକସ କପ୍ଲାୟନ୍ସକୁ ସରଳ କରିବା ପ୍ରୟାସ ବି କରାଯାଉଛି । ତେବେ ଯଦି ପାନକୁ ଆଧାର ସହ ଶୀଘ୍ର ଲିଙ୍କ ନ କରାଯାଏ ତେବେ ଆପମଙ୍କ ପାନ କାର୍ଡ ଆଉ କାର୍ଯ୍ୟକାରୀ ହେବ ନାହିଁ । ଯାହା ଫଳରେ ଏହି କାର୍ଡ (ଯେଉଁଥିରେ ପାନ ଲିଙ୍କ ଜରୁରୀ ଥିବ ) ରୁ କୌଣସି ଫାଇାନ୍ସ ଟ୍ରାଞ୍ଜାକ୍ସନ ହୋଇପାରିବ ନାହିଁ ।