ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2018-19 ପାଇଁ ଜିଏସଟି ବାର୍ଷିକ ରିଟର୍ଣ୍ଣ ଓ ଅଡିଟ ରିପୋର୍ଟ ଦାଖଲ କରିବା ସମୟସୀମା ଆଉ ମାସେ ବଢାଇଲେ ସରକାର । ଏହା ଅନୁସାରେ 2018-19 ଆର୍ଥିକ ବର୍ଷର ଜିଏସଟି ରିଟର୍ଣ୍ଣ ଦାଖଲ ଅବଧି ଅକ୍ଟୋବର 31କୁ ବୃଦ୍ଧି ପାଇଛି ।
କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଟ୍ବିଟ କରିଛି କି, ଆଦର୍ଶ ଆଚରଣ ସଂହିତାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ଠାରୁ ଉପଯୁକ୍ତ ଅନୁମୋଦନ ପାଇବା ପରେ ସରକାର GSTR-9 ଏବଂ GSTR 9C ଅଧୀନରେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ 2020 ସେପ୍ଟେମ୍ବର 30ରୁ ଅକ୍ଟୋବର 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।