ଓଡିଶା

odisha

By

Published : Jan 22, 2020, 11:30 AM IST

ETV Bharat / business

ବ୍ୟବସାୟୀଙ୍କୁ ଆଶ୍ବସ୍ଥି, କୋହଳ ହେବ ପିଆଜ ରପ୍ତାନୀ କଟକଣା!

ଆକାଶ ଛୁଆଁ ପିଆଜ ଦାମକୁ ନିୟନ୍ତ୍ରମ କରିବା ପାଇଁ ସରକାର ବାହାର ଦେଶକୁ ରପ୍ତାନୀ ଉପରେ ଲଗାମ କଷିଥିଲେ। ହେଲେ ଏବେ ସ୍ଥିତି ସୁଧୁରି ଥିବାରୁ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ହଟାଇବାକୁ ସରକାର ବିଚାର କରୁଛନ୍ତି।

govt considering lifting ban on onion exports
କୋହଳ ହେବ ପିଆଜ ରପ୍ତାନୀ କଟକଣା

ନୂଆଦିଲ୍ଲୀ: ପିଆଜ ଦାମ କମୁଥିବାରୁ ସରକାର ଏବେ ରପ୍ତାନୀ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ବିଚାର କରୁଛନ୍ତି। ଉତ୍ପାଦନ କ୍ଷେତ୍ରରୁ ପିଆଜ ଆଦାୟ ବୃଦ୍ଧି ପରେ ପରେ ଏଭଳି କୋହଳ ଲଗାଇପାରନ୍ତି ସରକାର। ଏନେଇ ଉତ୍ପାଦନକାରୀ ଆଶ୍ବସ୍ଥି ପାଇଛନ୍ତି।

ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ନୂଆ ପିଆଜ ବଜାରକୁ ଆସିବା ପରେ ଦାମ ଖସୁଛି। ଏହା ଯୋଗୁଁ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ହଟାଇବାର ଆବଶ୍ୟକତା ରହିଛି।

ଗତ ମାସରେ ଏଭଳି ଏକ ସମୟରେ ପିଆଜ ଦାମ କିଲୋ ପିଛା 160 ଟଙ୍କା ଟପିଯାଇଥିଲା। ହେଲେ ପରେ ବିଦେଶୀରୁ ପିଆଜ ଆମଦାନୀ ବୃଦ୍ଧି ଯୋଗୁଁ ଦାମ ସାମାନ୍ୟ କମିଛି। ତଥାପି ବିଭିନ୍ନ ସ୍ଥାନରେ ଏବେ ସୁଦ୍ଧା ପିଆଜ ଦାମ କିଲୋ ପିଛା 60ରୁ 70 ଟଙ୍କା ରହିଛି। ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ବଜାରକୁ ନୂଆ ପିଆଜ ଆସିବ।

ଘରୋଇ ବଜାରରେ ପିଆଜର ମହଜୁଦକୁ ବୃଦ୍ଧି ଓ ଆକାଶଛୁଆଁ ଦାମ ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର 2019 ସେପ୍ଟେମ୍ବରରେ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏପରିକି ବେପାରୀଙ୍କ ଉପରେ ବି ପିଆଜ ଷ୍ଟକ(ମହଜୁଦ) ନେଇ ସୀମା ଧାର୍ଯ୍ୟ କରାଯାଇଥିଲା।

ମହାରାଷ୍ଟ୍ରରେ ବହୁଳ ପରିମାଣରେ ପିଆଜ ଉତ୍ପାଦିତ ହୋଇଥାଏ। ହେଲେ ଚଳିତଥର ଅତ୍ୟଧିକ ବର୍ଷା ଯୋଗୁଁ ଆମଦାନୀ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଚାହିଦା ଅନୁଯାୟୀ ବଜାରକୁ ଯୋଗାଣ ହୋଇପାରିଲା ନାହିଁ। ଏଥିପାଇଁ ଦିଲ୍ଲୀ ଓ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଖୁଚୁରା ପିଆଜ ଦାମ ସବୁ ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।

ABOUT THE AUTHOR

...view details