ଓଡିଶା

odisha

ETV Bharat / business

ବିନିର୍ମାଣକୁ ବୁଷ୍ଟର: ଦେଶରେ ତିଆରି ହେବ ଲାପଟପ, ଟାବଲେଟ ଭଳି ପ୍ରଡକ୍ଟ

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଆଇଟି ହାର୍ଡୱେର ପାଇଁ 7,350 କୋଟି ଟଙ୍କାର ପିଏଲଆଇ ଯୋଜନାକୁ ମଞ୍ଜୁରୀ ଦେଇଛି । ଏହା ଅଧିନରେ ଲାପଟପ, ଟାବଲେଟ , ଅଲ ଇନ ୱାନ ପିସି ଓ ସର୍ଭର ଦେଶରେ ତିଆରି ହେବ ।

ବିନିର୍ମାଣକୁ ବୁଷ୍ଟର : ଦେଶରେ ତିଆରି ହେବ ଲାପଟପ, ଟାବଲେଟ ଭଳି ପ୍ରଡକ୍ଟ
ବିନିର୍ମାଣକୁ ବୁଷ୍ଟର : ଦେଶରେ ତିଆରି ହେବ ଲାପଟପ, ଟାବଲେଟ ଭଳି ପ୍ରଡକ୍ଟ

By

Published : Feb 24, 2021, 5:54 PM IST

ନୂଆଦିଲ୍ଲୀ: ଲାପଟପ, ଟାବଲେଟ , ଅଲ ଇନ ୱାନ ପିସି ତଥା ସର୍ଭରର ବିନିର୍ମାଣକୁ ପ୍ରୋତ୍ସାହିତ ପାଇଁ ଉତ୍ପାଦନ ସହ ଜଡିତ ପ୍ରୋତ୍ସାହନ ବା ପ୍ରଡକ୍ସନ ଲିଙ୍କଡ ଇନିସେଟିଭ (PLI) ସ୍କିମକୁ ମଞ୍ଜୁରୀ ଦେଇଛନ୍ତି । ପିଏଲଆଇ ଯୋଜନା ଜରିଆରେ ସରକାର ଘରୋଇ ବିନିର୍ମାଣ କ୍ଷେତ୍ରରେ ବୈଶ୍ବିକ କମ୍ପାନୀକୁ ଆକୃଷ୍ଠ କରିବା ଲକ୍ଷ୍ୟ ରହିଛି ।

ଏହି ହାଇଟେକ ଆଇଟି ହାର୍ଡୱେୟର ଗେଜେଟସ ପାଇଁ ପିଏଲାଇ ଯୋଜନାକୁ ଗ୍ରୀନ ସିଗନାଲ ଦେବା ପୂର୍ବରୁ ଗତ ସପ୍ତାହରେ ସରକାର ଟେଲିକମ ଇକ୍ୟୁମେଣ୍ଟର ମ୍ୟାନୁଫେକ୍ଚରିଂ ପାଇଁ ଅନୁମତି ଦେଇଥିଲେ । କେନ୍ଦ୍ର କ୍ୟାବିନେଟ 12195 କୋଟି ଟଙ୍କାର ଟେଲିକମ ଇକ୍ୟୁମେଣ୍ଟର ମ୍ୟାନୁଫେକ୍ଚରିଂ ପାଇଁ ଅନୁମୋଦନ ଦେଇଥିଲା ।

କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବୁଧବାର କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକ ପରେ କହିଛନ୍ତି କି ମନ୍ତ୍ରୀମଣ୍ଡଳ ଆଇଟି ହାର୍ଡୱେର ପାଇଁ 7,350 କୋଟି ଟଙ୍କାର ପିଏଲଆଇ ଯୋଜନାକୁ ମଞ୍ଜୁରୀ ଦେଇଛି । ଏହା ଅଧିନରେ ଲାପଟପ, ଟାବଲେଟ , ଅଲ ଇନ ୱାନ ପିସି ଓ ସର୍ଭର ଆସିବ । ଏହି ଯୋଜନା ଦ୍ବାରା ଏସବୁ ପ୍ରଡକ୍ଟ ଉତ୍ପାଦନରେ ଭାରତ ଏକ ହବ ଭାବେ ଉଭା ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମନ୍ତ୍ରୀ ।

ତେବେ ଦେଶରେ ବିନିର୍ମାଣ ବଢିବା ପରେ ରପ୍ତାନୀ ବୃଦ୍ଧି ହେବ ଓ ରୋଜଗାରର ନୂଆ ଅବସର ସୃଷ୍ଟି ହେବ । ଯୋଜନା ଅଧିନରେ 4 ବର୍ଷ ମଧ୍ୟରେ ଭାରତରେ ଏହି ପ୍ରଡକ୍ଟର ବିନିର୍ମାଣ ପାଇଁ 7,350 କୋଟି ଟଙ୍କାର ପ୍ରୋତ୍ସାହନ ଦିଆଯିବ । ବର୍ଷରେ ଏହି ଉତ୍ପାଦନର ବିନିର୍ମାଣ 3.26 ଲକ୍ଷ କୋଟି ଟଙ୍କା ଓ ରପ୍ତାନୀ 2.45 କୋଟି ଟଙ୍କା ରହିବା ଲକ୍ଷ୍ୟ ରହିଛି ।

ABOUT THE AUTHOR

...view details