ନୂଆଦିଲ୍ଲୀ: ୟେସ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ (ପିଏମସି ବ୍ୟାଙ୍କ) ଭଳି ଆର୍ଥିକ ସଙ୍କଟଗ୍ରସ୍ତ ବ୍ୟାଙ୍କ ଦର୍ଶାଇ ଘରୋଇ ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କରୁ ଟଙ୍କା ଉଠାଣ ସୀମା ଉପରେ କଟକଣା ଲଗାଇଛି ଆରବିଆଇ । 1 ମାସ ଅବଧି ପାଇଁ 25 ହଜାର ଟଙ୍କା ଉଠାଣ ପାଇଁ ସୀମା ଧାର୍ଯ୍ୟ ହୋଇଛି । ଅର୍ଥାତ ଆସନ୍ତା 1 ମାସ ମଧ୍ୟରେ 25 ହଜାର ଟଙ୍କାରୁ ଅଧିକ ଉଠାଇପାରିବେ ନାହିଁ ଜମାକର୍ତ୍ତା ।
ତାମିଲନାଡୁର ଏହି ବ୍ୟଙ୍କ ଦୀର୍ଘ ଦିନ ଧରି ସଙ୍କଟରେ ଜୁଝୁଛି । ଗତ ବର୍ଷ ସେପ୍ଟେମ୍ବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ବ୍ୟାଡ ଲୋନ ବା ଅନାଦେୟ ଋଣ (ଏନପିଏ) ରେ ବୃଦ୍ଧି ଯୋଗୁଁ ଏହାକୁ ତୁରନ୍ତ ସଂଶୋଧନ କାର୍ଯ୍ୟନୁଷ୍ଠାନ ଅଧିନରେ ରଖାଯାଇଥିଲା । ଅର୍ଥମନ୍ତ୍ରାଳୟ ଅଧିନସ୍ଥ ଆର୍ଥିକ ସେବା ବିଭାଗର ବ୍ୟାଙ୍କିଙ୍ଗ ବିଭାଗ ଦ୍ବାରା ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତିରେ ସରକାର କହିଛନ୍ତି କି, ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଲିମିଟେଡରେ ମୋରାଟରିୟମ ମଙ୍ଗଳବାର ସନ୍ଧ୍ୟା 6 ରୁ ଲାଗୁ ହୋଇଛି । ଏହା ଆସନ୍ତା ଡିସେମ୍ବର 16 ଯାଏଁ ଲାଗୁ ରହିବ ।