ଓଡିଶା

odisha

ETV Bharat / business

200 ML ସାନିଟାଇଜର ଦାମ 100 ଟଙ୍କା କଲେ ସରକାର

ଦେଶରେ କାୟା ବିସ୍ତାର କରୁଥିବା କୋରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ ମଧ୍ୟରେ ଦାମ କାବୁ କରାଯିବ । ଏଥିପାଇଁ କୋରୋନା ମୁକାବିଲାରେ ବ୍ୟବହୃତ ସାନିଟାଇଜର, ହ୍ୟାଣ୍ଡୱାସ , ମାସ୍କ ଆଦିର ଏକ ନିର୍ଦ୍ଦିଷ୍ଟ ଦାମ ଧାର୍ଯ୍ୟ ହୋଇଛି ।

By

Published : Mar 21, 2020, 6:24 PM IST

govt caps maximum retail price of 200ml hand sanitizer at rs 100 till june
200 ML ସାନିଟାଇଜର ଦାମ 100 ଟଙ୍କା କଲେ ସରକାର

ନୂଆଦିଲ୍ଲୀ: ହ୍ୟାଣ୍ଡ ସାନିଟାଇଜରର 200 ମିଲିଲିଟର ବୋତଲ ଖୁଚୁରା ଦାମ 100 ଟଙ୍କାରୁ ଅଧିକ ହେବ ନାହିଁ । ଅନ୍ୟ ଆକାରର ବୋତଲ ଦାମ ମଧ୍ୟ ଏହି ଅନୁପାତରେ ରହିବ । 2020 ଜୁନ 30 ସୁଦ୍ଧା ଏହି ନୂଆ ଦାମ ପୂରା ଦେଶରେ ଲାଗୁ ହେବ । କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାଶୱାନ ଏ ନେଇ ଟ୍ବିଟ କରି କହିଛନ୍ତି ।

ମାସ୍କ ଦାମ ସର୍ବାଧିକ 8ରୁ 10 ଟଙ୍କା

ଦେଶରେ କାୟା ବିସ୍ତାର କରୁଥିବା କୋରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ ମଧ୍ୟରେ ଦାମ କାବୁ କରାଯିବ । ଏଥିପାଇଁ କୋରୋନା ମୁକାବିଲାରେ ବ୍ୟବହୃତ ସାନିଟାଇଜର, ହ୍ୟାଣ୍ଡୱାସ , ମାସ୍କ ଆଦିର ଦାମକୁ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।

200 ML ସାନିଟାଇଜର ଦାମ 100 ଟଙ୍କା କଲେ ସରକାର

ପାଶୱାନ କହିଛନ୍ତି ଯେ, ଦୁଇ ସ୍ତରୀୟ (ସର୍ଜିକାଲ) ମାସ୍କର ଦାମ 8 ଟଙ୍କା ଏବଂ 3 ସ୍ତରୀୟ (ସର୍ଜିକାଲ୍) ମାସ୍କର ମୂଲ୍ୟ 10 ଟଙ୍କା ଧାର୍ଯ୍ୟ କରାଯାଇଛି ।

ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ତିଆରିରେ ବ୍ୟବହୃତ କଞ୍ଚାମାଲ ମୂଲ୍ୟରେ ତୀବ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହାର ଦାମରେ ଏହି ସର୍ବାଧିକ ସୀମା ଲାଗୁ ହୋଇଛି ।

ଆବଶ୍ୟକତାକୁ ଅନୁମାନ କରି ଏ ସବୁ ସାମଗ୍ରୀକୁ ଅଯଥା ମହଜୁଦ ଓ କଳାବଜାରୀ ବଢୁଛି । ଏଣୁ ଏହା ଉପରେ ଲଗାମ କଷିବା ପାଇଁ ସାନିଟାଇଜର ଏବଂ ମାସ୍କକୁ 'ଅତ୍ୟାବଶ୍ୟକ ସାମଗ୍ରୀ' ଭାବରେ ଘୋଷଣା କରିଦିଆଯାଇଛି ।

ସେହିଭଳି ସରକାର ମାର୍ଚ୍ଚ 19 ରେ ମଧ୍ୟ ଆଲକହଲ ମୂଲ୍ୟ ଉପରେ ଏକ ସୀମା ନିର୍ଦ୍ଧାରଣ କରିଥିଲେ । ଯାହା ହ୍ୟାଣ୍ଡ ସାନିଟାଇଜର ତିଆରିରେ ବ୍ୟବହୃତ ହେଉଛି |

ABOUT THE AUTHOR

...view details