ଓଡିଶା

odisha

ETV Bharat / business

ଆତ୍ମନିର୍ଭର ଭାରତ 3.0: ବଢିବ ନିଯୁକ୍ତି, ଉପକୃତ ହେବେ ନୂଆ କର୍ମଚାରୀ

ଜାଣନ୍ତୁ କଣ ଏହି ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା, କାହାକୁ ମିଳିବ ଏହାର ଫାଇଦା ? ..

By

Published : Nov 12, 2020, 4:49 PM IST

ଆତ୍ମନିର୍ଭର ଭାରତ 3.0 : ବଢିବ ନିଯୁକ୍ତି , ଉପକୃତ ହେବେ ନୂଆ କର୍ମଚାରୀ
ଆତ୍ମନିର୍ଭର ଭାରତ 3.0 : ବଢିବ ନିଯୁକ୍ତି , ଉପକୃତ ହେବେ ନୂଆ କର୍ମଚାରୀ

ନୂଆଦିଲ୍ଲୀ: ଦେଶର ବଡ ସମସ୍ୟା ବେକାରୀ ଦୂରୀକରଣ ଓ କୋରୋନା କାଳରେ ଚିନ୍ତା ବଢାଇଥିବା ରୋଜଗାରକୁ ପ୍ରୋତ୍ସାହିତ ପାଇଁ ଅର୍ଥମନ୍ତ୍ରୀଙ୍କ ଘୋଷଣା । ଦେଶରେ ରୋଜଗାର ବଢାଇବା ପାଇଁ ଆତ୍ମନିର୍ଭର ଭାରତ 3.0ରେ ଘୋଷଣା ହୋଇଛି ରୋଜଗାର ଯୋଜନା । ଏହା ଅଧିନରେ ସଙ୍ଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତିକୁ ପ୍ରୋତ୍ସାହନ ମିଳିବ । ସେହିପରି ନୂଆ କର୍ମଚାରୀଙ୍କ ଇପିଏଫ ଭରିବ କେନ୍ଦ୍ର ।

ରୋଜଗାର ଯୋଜନାର ଘୋଷଣା

  • ଏହି ଯୋଜନା ଅଧିନରେ ଲୋକଙ୍କୁ EPFO ସହ ଯୋଡା ଯିବ ।
  • ଯେଉଁମାନେ ପୂର୍ବରୁ EPFO ରେ ରେଜିଷ୍ଟ୍ରର୍ଡ ହୋଇନଥିଲେ, ଏବେ ଯଦି ସେମାନେ ଯୋଡି ହେବେ ତେବେ ଫାଇଦା ମିଳିବ ।
  • 15 ହଜାରରୁ କମ ଦରମା ପାଉଥିବା କର୍ମଚାରୀ 2020 ମାର୍ଚ୍ଚ ପହିଲାରୁ ସେପ୍ଟେମ୍ବର 31 ମଧ୍ୟରେ ଯଦି ଚାକିରୀ ହରାଇଥିବ, ସେମାନଙ୍କୁ ଅକ୍ଟୋବର ପହିଲା ପରେ ଚାକିରୀ ମିଳିବ । ଏହି ଯୋଜନା 2021 ଜୁନ 30 ଯାଏଁ ରହିବ ।
  • ଏହି ଯୋଜନା ଦ୍ବାରା ଦେଶରେ ଦ୍ରୁତ ଗତିରେ ଚାକିରୀ ସୁଯୋଗ ବଢିବ । ସଙ୍ଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରେଜିଷ୍ଟ୍ରେଡ ଇପିଏଫଓ ପ୍ରତିଷ୍ଠାନ ସହ ଜଡିତ କର୍ମଚାରୀଙ୍କୁ ବି ଲାଭ ମିଳିବ । ସେହିପରି ନୂଆ ନିଯୁକ୍ତିଦାତାଙ୍କୁ କେନ୍ଦ୍ର ସରକାର ଆସନ୍ତା 2 ବର୍ଷ ଯାଏଁ ପିଏଫରେ ସବସିଡି ଦେବେ ।
  • ପଞ୍ଜିକୃତ ଇପିଏଫଓ ପ୍ରତିଷ୍ଠାନ ସହ ଜଡିତ କର୍ମଚାରୀଙ୍କୁ ବି ଏହି ଯୋଜନାରେ ଫାଇଦା ମିଳିବ ।
  • ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା 2019 ମାର୍ଚ୍ଚ 31 ରୁ ଲାଗୁ କରାଯାଇଛି ।
  • ଯଦି କୌଣସି ସଂସ୍ଥା ନୂଆ ନିଯୁକ୍ତି ଦେବ, ତେବେ କେନ୍ଦ୍ର ସରକାର ଇପିଏଫ ଭରିବେ । 50 ରୁ କମ ଲୋକ ଥିବା ସଂସ୍ଥା 2ରୁ ଅଧିକ ଲୋକଙ୍କୁ ନୂଆ ରୋଜଗାର ଦେଲେ ସେମାନଙ୍କୁ ଏହି ସ୍କିମ ଫାଇଦା ମିଳିବ । ସେହିପରି 50ରୁ ଅଧିକ କର୍ମଚାରୀ ଥିବା ସଂସ୍ଥାକୁ ଏହି ସ୍କିମର ଲାଭ ନେବାକୁ 5ରୁ ଅଧିକ କର୍ମଚାରୀ ରଖିବାକୁ ହେବ ।
  • 1 ହଜାରରୁ କମ କର୍ମଚାରୀ ଥିବା ସଂସ୍ଥାରେ 24 ପ୍ରତିଶତ ଇପିଏଫ କେନ୍ଦ୍ର ଦେବ । ଏହା ଅନୁସାରେ ନିଯୁକ୍ତିଦାତାଙ୍କ ପକ୍ଷରୁ 12 ପ୍ରତିଶତ ଓ କର୍ମଚାରୀଙ୍କ 12 ପ୍ରତିଶତ ଭାଗ କେନ୍ଦ୍ର ଦେବ ।
  • ସେହିପରି 1000 ରୁ ଅଧିକ କର୍ମଚାରୀ ଥିବା ସଂସ୍ଥାରେ କେନ୍ଦ୍ର ସରକାର କର୍ମଚାରୀଙ୍କ ଭାଗର 12 ପ୍ରତିଶତ ପିଏଫ ଦେବ । ଆଉ ବାକି 12 ପ୍ରତିଶତ ସଂପୃକ୍ତ କମ୍ପାନୀ ଦେବ । ଏହି ଯୋଜନା 2 ବର୍ଷ ଯାଏଁ ଲାଗୁ ହେବ ।
  • ଏହି ସ୍କିମର ଲାଭ ନେବା ପାଇଁ ଇପିଏଫଓ ଆକାଉଣ୍ଟ ଖୋଲିବାକୁ ପଡିବ ।
  • ଏହି ଯୋଜନା ଅଧିନରେ 95 ପ୍ରତିଶତ ସଂସ୍ଥାନ ଉପକୃତ ହେବେ ।

ABOUT THE AUTHOR

...view details