ଓଡିଶା

odisha

By

Published : May 17, 2020, 2:22 PM IST

ETV Bharat / business

ଗ୍ରାମାଞ୍ଚଳରେ ରୋଜଗାରକୁ ଗୁରୁତ୍ବ, 40 ହଜାର କୋଟି ବଢିଲା ମନରେଗା ବଜେଟ

ରୋଜଗାରକ୍ଷମ ହେବେ ପ୍ରବାସୀ ଶ୍ରମିକ । ଏଥିସହ ସୁଦୃଢ ହେବ ଗ୍ରାମୀଣ ଅର୍ଥବ୍ୟବସ୍ଥା । ଏହି ଲକ୍ଷ୍ୟରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମନରେଗା ପାଇଁ ଅତିରିକ୍ତ 40,000 କୋଟି ଟଙ୍କାର ଫଣ୍ଡ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ..

Govt allocates Rs 40,000 cr more for MGNREGS
ମନରେଗା ପାଇଁ ଅତିରିକ୍ତ 40,000 କୋଟି ଟଙ୍କା ବଣ୍ଟନ

ନୂଆଦିଲ୍ଲୀ: ରବିବାର ଆତ୍ମନିର୍ଭର ଭାରତ ଯୋଜାନାର ଶେଷ ତଥା ପଞ୍ଚମ ରାଉଣ୍ଡ ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି । ଏଥିରେ ସରକାର ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା(ମନରେଗା) ପାଇଁ ଅତିରିକ୍ତ 40,000 କୋଟି ଟଙ୍କାର ଆବଣ୍ଟନ କରିଛନ୍ତି । ଏହା ଦ୍ବାରା ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ମିଳିପାରିବ ।

ଆଜିର ପ୍ଯାକେଜ ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ମନରେଗା ପାଇଁ ପୂ୍ର୍ବରୁ ହିଁ ବଜେଟ(2020-21) ରେ 61,000 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏବେ ଏହି ଆବଣ୍ଟନକୁ 40,000 କୋଟି ଟଙ୍କା ବଢାଇଦିଆଯାଇଛି । ଏହା ଦ୍ବାରା 300 କୋଟି ଲୋକଙ୍କୁ ଦୈନିକ କାମ ମିଳିପାରିବେ । ଫଳରେ ଗ୍ରାମୀଣ ଅର୍ଥବ୍ୟବସ୍ଥା ମଜବୁତ ହୋଇପାରିବ ।

ଏହା ବ୍ୟତିତ , ସ୍ବାସ୍ଥ୍ୟ ପାଇଁ ସାର୍ବଜନୀକ ବ୍ୟୟରେ ବୃଦ୍ଧି କରାଯିବ । ସେ କହିଛନ୍ତି ଯେ, ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟ ସଂସ୍ଥାନରେ ନିବେଶ ବୃଦ୍ଧି କରାଯିବ ।

ABOUT THE AUTHOR

...view details