ନୂଆଦିଲ୍ଲୀ: ଟଙ୍କା ଅଭାବରୁ ଘର ଅଧା ତିଆରି ହୋଇ ପଡିଛି କି ? କିମ୍ବା ନିଜ ସ୍ବପ୍ନର ଘର ପାଇଁ ଅର୍ଥ ବାଧକ ସାଜିଛି କି ? ଆଉ ଟେନସନ ନିଅନ୍ତୁ ନାହିଁ । ଏଣିକି ସହଜରେ ଓ ସ୍ବଳ୍ପ ସୁଧହାରରେ ମିଳିବ ହୋମଲୋନ୍ । ଏଥିପାଇଁ ସରକାର ଦେବେ 10 ହଜାର କୋଟି ଟଙ୍କା । ଏ ନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।
ଦେବାଳିଆ ଆଇନ ଅଧୀନରେ ନ୍ୟାସନାଲ କମ୍ପାନି ଲ' ଟ୍ରିବୁନାଲ(ଏନସିଏଲଟି)କୁ ଯିବାକୁ ଥିବା ଓ ଅନାଦେୟ ଋଣ(ଏନପିଏ) ଭାରରେ ବୁଡିରହିଥିବା କମ୍ପାନୀଗୁଡିକୁ ମିଳିବ । ସେହିପରି ଅର୍ଥନୀତିକୁ ମାନ୍ଦାବସ୍ଥାରୁ ମୁକାଳିବା ପାଇଁ ନିର୍ମାଣଧୀନ ଯୋଜନାର ପୂରଣ ପାଇଁ ସରକାର ବହୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।