ଓଡିଶା

odisha

By

Published : Mar 26, 2020, 8:10 PM IST

ETV Bharat / business

କୋରୋନା ସହାୟତା, 3 ମାସର EPF ଜମା କରିବେ ସରକାର

15 ହଜାରରୁ କମ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ ସରକାରଙ୍କ କୋରୋନା ମୁକାବିଲା ସହାୟତା । 3 ମାସ ପର୍ଯ୍ୟନ୍ତ ଇପିଏଫରେ ଟଙ୍କା, କର୍ମଚାରୀ କି କମ୍ପାନୀ ନୁହେଁ ବରଂ ସରକାର ଜମା କରିବେ ।

government relaxes epf withdrawal rules
କୋରୋନା ସହାୟତା, 3 ମାସର EPF ଜମା କରିବେ ସରକାର

ନୂଆଦିଲ୍ଲୀ: କୋରୋନା ଭାଇରସ ପ୍ରକୋପରେ ପେଶି ହେଉଛନ୍ତି ସାଧାରଣ ଲୋକ । ସେମାନଙ୍କୁ ସହାୟତା ପାଇଁ ଗୁରୁବାର ଅର୍ଥମନ୍ତ୍ରୀ ଆଣିଛନ୍ତି 1 ଲକ୍ଷ 70 ହଜାର କୋଟି ଟଙ୍କାର ପ୍ୟାକେଜ । ଏଥିସହ ଇପିଏଫ ସହ ଜଡିତ 2ଟି ବଡ ଘୋଷଣା କରିଛନ୍ତି । ଯାହାକି ସ୍ବଳ୍ପ ବେତନଭୋଗୀଙ୍କୁ ବହୁତ ଉପଶମ ଦେଇଛି ।

ଏହି ଘୋଷଣାରେ ଇପିଏଫଓ ଏବଂ ଇପିଏଫ ଖାତାରୁ 75 ପ୍ରତିଶତ ଅର୍ଥାତ 3 ମାସର ଟଙ୍କାକୁ ବାହାର କରିବାକୁ ଅନୁମତି ଦିଆଯାଇଛି । ଏହି ଇପିଏଫ ଆକାଉଣ୍ଟରୁ ଉଠାଣ ନନ-ରିଫଣ୍ଡବେଲ ହେବ ।

ସେହିପରି ସରକାର ଆସନ୍ତା 3 ମାସ ପର୍ଯ୍ୟନ୍ତ କମ୍ପାନୀ ଓ ଇପିଏଫ ଖାତାର ଅଂଶ ଦେବେ । ଅର୍ଥାତ ସରକାର ଏବେ ଇପିଏଫରେ ଟଙ୍କା ଜମା କରିବେ ।

100 ପର୍ଯ୍ୟନ୍ତ କର୍ମଚାରୀ ଓ 15 ହଜାରରୁ କମ ଦରମା ରହିଥିବା ଛୋଟ କମ୍ପାନୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ।

  • EPFO ବର୍ତ୍ତମାନ EPF ଆକାଉଣ୍ଟ ରାଶିର 75 ପ୍ରତିଶତ କିମ୍ବା 3 ମାସ ଦରମା ପ୍ରତ୍ୟାହାର ନେଇ ଅନୁମତି ଦେବ ।
  • 100 ରୁ କମ କର୍ମଚାରୀ ଥିବା କମ୍ପାନୀଙ୍କ କର୍ମଚାରୀଙ୍କ ମୋଟ (12 + 12)% ଇପିଏଫ୍ ଯୋଗଦାନ ସରକାର ଦେବେ ।

EPFର ନିୟମ କ’ଣ ?

ଇପିଏଫ୍ ନିୟମ ଅନୁଯାୟୀ, ଉଭୟ ସଂସ୍ଥାନ ଏବଂ କର୍ମଚାରୀ ମାସିକ ଦରମାର 12% ପର୍ଯ୍ୟନ୍ତ ଯୋଗଦାନ ଦିଅନ୍ତି । ଅର୍ଥାତ ସେଥିରେ ମୂଳ ଦରମା 12% କର୍ମଚାରୀଙ୍କ ଏବଂ 12% କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥାଏ । ତେବେ କମ୍ପାନୀ ଦେଇଥିବା 12% ମଧ୍ୟରୁ କିଛି ଇପିଏଫରେ ଜମା ହୋଇଥାଏ । ଯାହା ପେନସନ ଆକାରରେ ଏକ କର୍ପସ୍ ସୃଷ୍ଟି କରିଥାଏ ।

ତେବେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ମଧ୍ୟ କର୍ମଚାରୀ ଏହି ଟଙ୍କାକୁ ଜୁରୁରୀ କାଳୀନ ସ୍ଥିତିରେ ମଧ୍ୟ ବାହାର କରିପାରିବ । ହେଲେ ବାହାର କରିବା ପାଇଁ କିଛି ନିୟମ ଓ ସର୍ତ୍ତ ରହିଥାଏ ।

ABOUT THE AUTHOR

...view details