ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ବୁଡିରହିଥିବା ରାଷ୍ଟ୍ରାୟତ ଟେଲିକମ କମ୍ପାନୀ ବିଏସଏନଏଲ ଓ ଏମଟିଏନଏଲର ଅଂଶକୁ ବିକ୍ରି ଓ ବିନିବେଶ ନେଇ ସରକାରଙ୍କ କୌଣସି ଯୋଜନା ନାହିଁ । ଗୁରୁବାର ଏନେଇ ସଂସଦରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଚଳିତ ଆର୍ଥିକ ବର୍ଷରେ 2 କମ୍ପାନୀ ସମ୍ପତ୍ତିର ମୁଦ୍ରିକରଣରୁ 200 ଓ 300 କୋଟି ଟଙ୍କା ଏକତ୍ର ପାଇଁ ଲକ୍ଷ୍ୟ ରହିଛି । ତେବେ ଏନେଇ ଏହି ସମ୍ପତ୍ତିର ଚିହ୍ନଟ ହୋଇନାହିଁ ବୋଲି ସଂସଦରେ ବିଭାଗୀୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଜଣାଇଛନ୍ତି । ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଜବାବରେ ସେ କହିଛନ୍ତି ଯେ, ବିଏସଏନଏଲ ଓ ଏମଟିଏନଏଲରେ ବିନିବେଶ ନେଇ କୌଣସି ପ୍ରସ୍ତାବ ବିଚାରଧୀନ ନାହିଁ ।